Jump to content

ବିଜୟ କେତନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବିଜୟ କେତନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ୧୯୪୯
ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
ବୃତ୍ତିପରିବେଶବିତ୍, ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅରଣ୍ୟ ଯାତ୍ରୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯

ବିଜୟ କେତନ ପଟ୍ଟନାୟକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ବିଜ୍ଞାନ ଓ ପରିବେଶ ଲେଖକ ଏବଂ ପରିବେଶବିତ୍।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବିଜୟ କେତନ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ, ପରେ ପ୍ରାଣନାଥ କଲେଜ, ଖୋର୍ଦ୍ଧାରୁ ଶିକ୍ଷା ସମାପ୍ତ କରି ବିଜେବି କଲେଜ, ଭୁବନେଶ୍ୱରରୁ ସ୍ନାତକ ଲାଭ କଲେ । ୧୯୭୧ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ। ପ୍ରଥମେ କିଛିଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଭାଗରେ କାର୍ଯ୍ୟ କରିବା ପରେ ସେ ଅଧ୍ୟାପକ ଭାବେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ କଲେଜ ଯୋଗଦେଇଥିଲେ । ପରେ ୧୯୭୫ରେ ସେ ଭାରତୀୟ ବନ ବିଭାଗରେ ଯୋଗ ଦେଇଥିଲେ ଓ ସେହି ଅଭିଜ୍ଞତାକୁ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପାଇଥିବା ତାଙ୍କ ଆତ୍ମଜୀବନୀ ଅରଣ୍ୟ ଯାତ୍ରୀରେ ଲେଖିଥିଲେ।[][] ସେ ବିଜ୍ଞାନ ଦିଗନ୍ତ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇ ଆସୁଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ଅରଣ୍ୟ ଯାତ୍ରୀ (ଆତ୍ମଜୀବନୀ)
  • ଛାମୁଙ୍କ ଆଖି ଲୁହ (କବିତା)
  • ନଈ ପରି ଝିଅ (କବିତା)
  • ଉଦବାସ୍ତୁ (କବିତା)
  • ଚାଳ ଅଛି ଜାଳ ନାହିଁ
  • ଚାଲ ବଣକୁ ଯିବା
  • ଆସ ଗଛ ଲଗାଇବା
  • ବୃକ୍ଷ ହିଁ ଜୀବନ

ବିଜ୍ଞାନ

[ସମ୍ପାଦନା]
  • ପରିବେଶ ପରିକ୍ରମା (୧୯୯୭)
  • ଜଙ୍ଗଲ, ପରିବେଶ ଓ ମାନବ ଜୀବନ (୨୦୦୦)
  • ପ୍ରକୃତି ଓ ପରିବେଶ (୨୦୦୬)
  • ଓଡ଼ିଶାରେ ପ୍ରକୃତି ପର୍ଯ୍ୟଟନ (୨୦୧୧)
  • ପରିବେଶ ପରିସଂସ୍ଥା ଓ ପରିଚିତି (୨୦୧୪)
  • ପରିବେଶ ପଞ୍ଚାମୃତ (୨୦୧୮)
  • ନୀଳମଣି ସେନାପତି, In the Wilds of Orissa (ନୀଳମଣି ସେନାପତିଙ୍କ ଓଡ଼ିଶାର ଅରଣ୍ୟରେ, ଅନୁବାଦ)

ଶିଶୁ ସାହିତ୍ୟ

[ସମ୍ପାଦନା]
  • ପଶୁପକ୍ଷୀଙ୍କ ଦୁନିଆ (୨୦୦୧)
  • ଯନ୍ତ୍ରପାତି
  • ଉଡ଼ିଉଡ଼ି ଯାଏ 'କ
  • ଆମ ପକ୍ଷୀ ରାଇଜ
  • ଜୀବ ଜଗତର ଅଜବ କଥା
  • ହାତୀ ପାଇଁ ହାତଟିଏ
  • ଆମ ବାଡ଼ି ବଗିଚାର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ
  • ଆମ ଚାରିପଟର ସାପ
  • ତୋଡ଼ା ଓ ଥର (ଅନୁବାଦ)
  • ଭିତରକନିକା

ଇଂରାଜୀ

[ସମ୍ପାଦନା]
  • Forest Voices-An Insider's insight on Forest, Wildlife & Ecology of Orissa
  • Chilika- The Heritage of Odisa
  1. https://odishabigyanacademy.in/ebook-post-author-name/dr-bijay-ketan-patnaik/
  2. http://odishasahityaakademi.org/English/sahitya-award12.php
  3. "DR. BIJAY KETAN PATNAIK – The Odisha Pride". 2019-11-29. Retrieved 2024-11-26.
  4. https://positivevibes.today/article/newsview/190