ଗୁରୁପ୍ରସାଦ ମହାନ୍ତି
ଗୁରୁପ୍ରସାଦ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଆଳିପିଙ୍ଗଳ, ଜଗତସିଂହପୁର ଜିଲ୍ଲା | ୧୮ ଅକ୍ଟୋବର ୧୯୩୮
ମୃତ୍ୟୁ | ୫ ସେପ୍ଟେମ୍ବର ୨୦୨୨[୧] କଟକ, ଓଡ଼ିଶା | (ବୟସ ୮୩)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଓହିଓ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ପାତାଳପୁରୀର ହାଲଚାଲ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ସ୍ନେହଲତା ମହାନ୍ତି |
ଗୁରୁପ୍ରସାଦ ମହାନ୍ତି (୧୮ ଅକ୍ଟୋବର ୧୯୩୮-୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସକ ଥିଲେ । ସେ ଉତ୍କଳ ସମ୍ମିଳନୀ[୨] ଓ ଲେଖକ ସହଯୋଗ ସମିତିର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ପ୍ରବନ୍ଧ ରଚନା କରିଥିଲେ । ତାଙ୍କର ଅନେକ ଲେଖା ମଧ୍ୟରୁ ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେ ଓ ପାତାଳପୁରୀର ହାଲଚାଲ ଆଦି ଅନ୍ୟତମ ।[୩] ଭ୍ରମଣ କାହାଣୀ ‘ପାତାଳପୁରୀ’ର ହାଲଚାଲ ପାଇଁ ଗୁରୁପ୍ରସାଦ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ଜୀବନୀ
[ସମ୍ପାଦନା]ଗୁରୁପ୍ରସାଦ ମହାନ୍ତି ୧୯୩୮ ଅକ୍ଟୋବର ୧୮ତାରିଖରେ ଜଗତସିଂହପୁରର ଆଳିପିଙ୍ଗଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪]}}</ref> ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏସ.ସି. ପଢ଼ିଥିବା ଗୁରୁପ୍ରସାଦ ଆମେରିକାର ଓହିଓ ବିଶ୍ୱବିଦ୍ୟାଳୟରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ପାଇଥିଲେ ।[୫] ଗୁରୁପ୍ରସାଦ ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରିବା ସହିତ ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ସେପ୍ଟେମ୍ବର ୫ତାରିଖ ଭୋର ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁଲାଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଗୁରୁପ୍ରସାଦ ସନାତନ ଗୋସ୍ୱାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି ।
ଭ୍ରମଣ କାହାଣୀ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
କ୍ଷୁଦ୍ର ଗଳ୍ପ[ସମ୍ପାଦନା]
|
ପ୍ରବନ୍ଧ[ସମ୍ପାଦନା]
କାହାଣୀ[ସମ୍ପାଦନା]
ବିଜ୍ଞାନ ଲେଖା[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ ପୁରସ୍କାର[୬]
- ଆମେରିକା ବିଶ୍ୱବିଦ୍ୟାଳୟରୁ ଫାଇ କାପ୍ପା ଫାଇ (ΦΚΦ) ପୁରସ୍କାର
- ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
- ପ୍ରାଣକୃଷ୍ଣ ପରିଜା ବି��୍ଞାନ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଜୀବନରଙ୍ଗ ସମ୍ମାନ
- ଉତ୍କଳକଳା ପରିଷଦ ସମ୍ମାନ
- ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ
ଆଧାର
[ସମ୍ପାଦନା]- ↑ "Chronological Accounts of Orissan History" (PDF). Orissareview (April 2011): 27. Archived from the original (PDF) on 20 October 2020. Retrieved 21 December 2018.
- ↑ "ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ଡ. ଗୁରୁପ୍ରସାଦଙ୍କ ପରଲୋକ". ଧରିତ୍ରୀ. ୬ ସେପ୍ଟେମ୍ବର ୨୦୨୨. Retrieved 12 September 2022.
{{cite web}}
: Check date values in:|date=
(help) - ↑ ମାଣିକେଶ୍ୱରୀ (PDF). Odisha Society. p. 156. Archived from the original (PDF) on 2016-03-04. Retrieved 2022-09-12.
- ↑ "ଗୁରୁପ୍ରସାଦ ମହାନ୍ତିଙ୍କ ପରଲୋକ". ସମ୍ବାଦ. p. ୯. Archived from the original on ୧୨ ସେପ୍ଟେମ୍ବର ୨୦୨୨. Retrieved 12 September 2022.
{{cite web}}
: Check date values in:|archivedate=
(help) - ↑ "ଡା. ଗୁରୁପ୍ରସାଦ ମହାନ୍ତିଙ୍କ ପରଲୋକ". ପ୍ରମେୟ. p. ୧୪. Archived from the original on ୧୨ ସେପ୍ଟେମ୍ବର ୨୦୨୨. Retrieved 12 September 2022.
{{cite web}}
: Check date values in:|archivedate=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.