ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ
ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର | |
---|---|
श्री स्वामीनारायण मंदिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Mumbai City |
ଦେବାଦେବୀ | Laxminarayan Dev, Radha Krishna Dev |
Location | |
ସ୍ଥାନ | Mumbai |
State | Maharashtra |
Country | India |
ଭୌଗଳିକ ଅବସ୍ଥିତି | 18°57′14.31″N 72°49′48.78″E / 18.9539750°N 72.8302167°E |
Architecture | |
Swaminarayan Sampraday | |
Completed | 1868 |
ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ (ମରାଠୀ: श्री स्वामीनारायण मंदिर, मुंबई) ଏକ ହିନ୍ଦୁ ମନ୍ଦିର ଓ ଶ୍ରୀ ସ୍ୱାମୀ ନାରାୟଣ ସମ୍ପ୍ରଦାୟର ଏକ ଅଂଶ । ମୁମ୍ବାଇର ଭୁଲେଶ୍ୱରରେ (Bhuleshwar) ଅବସ୍ଥିତ ଏହି ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର ସବୁଠାରୁ ପୁରାତନ ମନ୍ଦିର, ପ୍ରାୟ ୧୦୦୦ ବର୍ଷର ପୁରୁଣା ।[୧][୨]
ବର୍ତ୍ତମାନର ମନ୍ଦିର ଏକ ତିନି ଶୀର୍ଷ ବିଶିଷ୍ଟ ମନ୍ଦିର ଓ ସେଠାରେ ଲକ୍ଷ୍ମୀନାରାୟଣ ଦେବଙ୍କ ସହିତ ଘନଶ୍ୟାମ ମହାରାଜ ଓ ରାଧାକୁଶ୍ନା ଦେବଙ୍କ ସହିତ ହରି କୃଷ୍ଣ ମହାରାଜଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି । ମନ୍ଦିରରେ ଗୋଲୋକର ବାସିନ୍ଦା ଭାବରେ ରାଧା କୃଷ୍ଣଙ୍କୁ ଗୋଲୋକର ରାଧା ଗୋଳକବିହାରୀ କୃଷ୍ଣ (Golokvihari) ଭାବରେ ପୂଜା କରାଯାଏ । ଏହା ଏକ ଶିଖରବନ୍ଦ ମନ୍ଦିର (Shikharband Mandir) ଯାହା ବଦତଲର ଲକ୍ଷ୍ମୀ ନାରାୟଣ ଦେବ (Laxminarayan Dev Gadi (Vadtal)) ଗାଦି ଅଧିନରେ ଅଛି ।[୩] ଭୁଲେଶ୍ୱରରେ ଥିବା ଅନେକ ମନ୍ଦିରମାନଙ୍କ ମଧ୍ୟରୁ ଏହା ଅନ୍ୟତମ ଓ ଏହି ମନ୍ଦିରମାନଙ୍କରେ ଫୁଲ ଚାହିଦା ବହୁତ ଥିବାରୁ ଅନେକ ଫୁଲ ଦୋକାନ ବିଶିଷ୍ଟ ଏହି ସ୍ଥାନକୁ ଫୁଲ ଗଳି କୁହାଯାଏ ।[୪]
ଇତିହାସ
[ସମ୍ପାଦନା]୧୮୬୮ ମସିହା ବୈଶାଖ ଶୁକ୍ଳ ଏକାଦଶୀ ଦିନ ରଣଛୋଡ଼ଦାସ ପରଞ୍ଜିବନଦାସ ନିଜ ବାସଗୃହକୁ ଭାଙ୍ଗି ତା ଉପରେ ମୁମ୍ବାଇର ଏହି ପ୍ରଥମ ସ୍ୱାମୀ ନାରାୟଣ ମନ୍ଦିର ତୋଳେଇଥିଲେ [୫] ହରି କୃଷ୍ଣ ମହାରାଜ, ଗୋକୁଳବିହାରୀ ଓ ରାଧିକାଙ୍କର ମୂର୍ତ୍ତି ଆଚାର୍ଯ୍ୟ ମହାରାଜ ଭାଗବତପ୍ରସାଦଜି ତିଆରି କରେଇଥିଲେ ।[୫]
ତିନି ଶିଖର ବିଶିଷ୍ଟ ମନ୍ଦିର
[ସମ୍ପାଦନା]ଏବେକାର ତିନି ଶିକ୍ଷାର ବିଶିଷ୍ଟ ମନ୍ଦିର ଓ ଘନଶ୍ୟାମ ମହାରାଜ ଓ ଲକ୍ଷ୍ମୀନାରାୟଣ ଦେବଙ୍କ ମୂର୍ତ୍ତି ୧୯୦୩ ମସିହା ବୈଶାଖ ଶୁକ୍ଳ ଏକାଦଶୀ ଦିନ ଆଚାର୍ଯ୍ୟ ଲକ୍ଷ୍ମୀପ୍ରସାଦଜି ତିଆରି କରେଇଥିଲେ ।[୫] ସ୍ୱାମୀ ନାରାୟଣଙ୍କ ଭକ୍ତ ରାୟ ବାହାଦୁର ସେଠ କୁରୁମଶେ ଦାମଜୀ (Rao Bahadur Sheth Curumsey Damjee) ଉକ୍ତ ମନ୍ଦିର ନିର୍ମାଣର ସମସ୍ତ ଜିନିଷପତ୍ର, ଶାରୀରିକ ଓ ବୌଦ୍ଧିକ ଦାନ ଦେଇଥିଲେ ।[୫]
ଗଠନ
[ସମ୍ପାଦନା]ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର କାରୁକାର୍ଯ୍ୟ ପୂର୍ଣ୍ଣ ବାହ୍ୟ ଦୃଶ୍ୟ ଅତି ଅନୁପମ ଓ ଦୃଷ୍ଟି ସଂଭାର ବିଶିଷ୍ଟ ଯେଉଁଠାରେ ପରିବେଶ ଅତି ମଇଳା ପୂର୍ଣ୍ଣ । ସଭାମଣ୍ଡକୁ ଯିବା ପାଇଁ ୨୫ଟି ପାବଛ ଅଛି । ସଭା ମଣ୍ଡପର ବାମ ପାଖର ଗଣେଶ ଓ ଡାହାଣ ପାଖରେ ହନୁମାନଙ୍କ ମନ୍ଦିର ଅଛି । ଏହାର ତିନୋଟି ମୂଖ୍ୟ ମନ୍ଦିର ମଧ୍ୟରୁ ପୂର୍ବ ପାଖରେ ହରି କୃଷ୍ଣ ମହାରାଜ, ଗୋକୁଳବିହାରୀ, ଓ ରାଧିକା; କେନ୍ଦ୍ରରେ ଘନଶ୍ୟାମ ମହାରାଜ, ବିଷ୍ଣୁ ଓ ଲକ୍ଷ୍ମୀ; ପଶ୍ଚିମ ପାଖରେ ଠାକୁରଙ୍କ ବିଶ୍ରାମ ସ୍ଥଳୀ ଅଛି । ଶୋଭା ମଣ୍ଡପର ଗମ୍ବୁଜରେ କୃଷ୍ଣ ଲୀଳା ଚିତ୍ର ଅଙ୍କିତ ହୋଇଛି । ଗମ୍ବୁଜଗୁଡ଼ିକ ୫୪ ଖୁଣ୍ଟି ସାହାଯ୍ୟରେ ରହିଛନ୍ତି ।[୩] ନିୟମିତ ଧାର୍ମିକ ଚର୍ଚ୍ଚା ଦ୍ୱିତୀୟ ମହଲାରେ ଥିବା ସଭା ଗୃହରେ ସମ୍ପନ୍ନ ହୁଏ ।
ପର୍ବପର୍ବାଣି
[ସମ୍ପାଦନା]ରାମ ନବମୀ, ସ୍ୱାମୀନାରାୟଣ ଜୟନ୍ତୀ, ଜନ୍ମାଷ୍ଟମୀ, ବାମନ ଜୟନ୍ତୀ ନୃସିଂହ ଜୟନ୍ତୀ, ମହାଶିବରାତ୍ରି ଓ ଗଣେଶ ଚତୁର୍ଥି ଆଦି ପର୍ବ ସେଠାରେ ପାଳନ କରାଯାଏ ।[୩] ଶ୍ରାବଣ ମାସରେ ହିନ୍ଦୋଳା ପର୍ବ ପାଳନ କରାଯାଏ ।[୬]
ପ୍ରତିମା
[ସମ୍ପାଦନା]-
ପଶ୍ଚିମ ପାଖରେ ହରି କୃଷ୍ଣ ମହାରାଜ, ଗୋକୁଳବିହାରୀ ଓ ରାଧିକା
-
କେନ୍ଦ୍ରରେ ଘନଶ୍ୟାମ ଓ ଲକ୍ଷ୍ମୀନାରାୟଣ
-
ବାମ ପାଖ ପ୍ରବେଶ ଦ୍ୱାରରେ ଗଣେଶ
-
ଶିବ ଲିଙ୍ଗ
-
ଡାହାଣ ପ୍ରବେଶ ଦ୍ୱାରରେ ହନୁମାନ କଷ୍ଟଭଞ୍ଜନ
-
ଅଭ୍ୟନ୍ତରରେ କାରୁକାର୍ଯ୍ୟ
-
ଉପରେ କୃଷ୍ଣ ଲୀଳା ଚିତ୍ର
-
ସଭା ମଣ୍ଡପ
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Shri Swaminarayan Mandirs - Mumbai". Archived from the original on 2012-02-11. Retrieved 2022-09-08.
- ↑ James Mackenzie Maclean (1889). Guide to Bombay. "Bombay gazette" steam press. p. 301.
- ↑ ୩.୦ ୩.୧ ୩.୨ "Maharashtra State Gazettes, Greater Bombay District: Swaminarayan Temple Bhuleshwar".
- ↑ "Flower therapy". Indian Express. 2006-06-11. Retrieved 2009-09-05.
- ↑ ୫.୦ ୫.୧ ୫.୨ ୫.୩ "Shri Swaminarayan Mandir, Mumbai". Archived from the original on 2007-07-04.
- ↑ "Mumbai Notes: Shravan festival celebrations". Indian Express. 1998-07-25. Retrieved 2008-10-12.