Jump to content

ରୋଜର ବିନ୍ନୀ

ଉଇକିପିଡ଼ିଆ‌ରୁ

ରୋଜର ବିନ୍ନୀ
ବ୍ୟକ୍ତିଗତ ତଥ୍ୟ
ନାମRoger Michael Humphrey Binny
ଜନ୍ମ (1955-07-19) ୧୯ ଜୁଲାଇ ୧୯୫୫ (ବୟସ ୬୯)
Bengaluru, Karnataka, India
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm fast-medium
ସମ୍ପର୍କୀୟStuart Binny (Son)
Mayanti Langer (Daughter-in-law)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ21 November 1979 v Pakistan
ଶେଷ ଟେଷ୍ଟ13 March 1987 v Pakistan
ପ୍ରଥମ ଦିନିକିଆ6 December 1980 v Australia
ଶେଷ ଦିନିକିଆ9 October 1987 v Australia
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 27 72
ମୋଟ ରନ 830 629
ବ୍ୟାଟିଂ ହାର 23.05 16.12
ଶତକ/ଅର୍ଦ୍ଧଶତକ -/5 -/1
ସର୍ବାଧିକ ରନ 83* 57
ବଲ ସଂଖ୍ୟା 2870 2957
ଉଇକେଟ 47 77
ବୋଲିଂ ହାର 32.63 29.35
ଇନିଙ୍ଗସରେ ୫ଟି ଉଇକେଟ 2 -
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ 6/56 4/29
କ୍ୟାଚ/ଷ୍ଟମ୍ପିଙ୍ଗ 12/- 12/-
Source: ESPNCricinfo, 4 February 2006


ରୋଜର ମାଇକେଲ ହମ୍ଫ୍ରେ ବିନ୍ନୀ ( ଜନ୍ମ ୧୯ ଜୁଲାଇ, ୧୯୫୫ ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟର । ତାଙ୍କର ଜନ୍ମ କର୍ଣ୍ଣାଟକ ରାଜଧାନୀ [[[ବେଙ୍ଗାଳୁରୁ|ବେଙ୍ଗାଳୁରୁଠାରେ]] ହେଇଥିଲା । ସେ ଜଣେ ଅଲରାଉଣ୍ଡର ଥିଲେ । ୧୯୮୩ରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ତାଙ୍କର ଭୂମିକା ମହତ୍ୱ���ୂର୍ଣ ଥିଲା । 

ଅନ୍ତର୍ଜାତିକ କ୍ରିକେଟ ଜୀବନ 

[ସମ୍ପାଦନା]

ରୋଜର ବିନ୍ନୀ ତାଙ୍କର ଉନ୍ନତ ଘରେଇ ପ୍ରଦର୍ଶନ ପରେ ଭାରତୀୟ ବିଶ୍ୱ କପ ଦଳ ପାଇଁ ଏକ ଅଲରାଉଣ୍ଡର ଭାବେ ୧୯୮୩ରେ ଇଂଲଣ୍ଡଠାରେ ଖେଳିଥିଲେ । ସେ ଭାରତ ଜିତି ଥିବା ସେହି ଟୁର୍ଣ୍ଣାମେଣ୍ଟରେ ୧୮ଟି ୱିକେଟ ନେବା ସହ ଦରକାର ସମୟରେ ଉପଯୋଗୀ ବ୍ୟାଟିଂ କରି ଭାରତର ବିଜଯରେ ଏକ ମହତ୍ୱପୂର୍ଣ ଭୂମିକା ନେଇଥିଲେ । 

ଏହା ପରେ ସେ ୧୯୮୫ରେ ବିଶ୍ୱ ସିରିଜ ଚମ୍ପିଅଂନଶୀପ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆଠାରେ ମଧ୍ୟ ତାଙ୍କର ଫର୍ମ ଜାରି ରାଖି ୧୭ଟି ୱିକେଟ ନେଇ ଭାରତକୁ ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । ସେ ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ଟି ଏକଦିବସୀୟ ଅନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । 

ବିନ୍ନୀ ତାଙ୍କର ବ୍ୟାଟିଂଦ୍ୱାରା ଭାରତକୁ ଅନେକ ମ୍ୟାଚରେ ପରାଜୟରୁ ବଞ୍ଚେଇ ଥିବା ଉଲ୍ଲେଖନୀୟ । ସେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ । ତାଙ୍କ ପୁତ୍ର ଷ୍ଟୁଆର୍ଟ ବିନ୍ନୀ ମଧ୍ୟ ଭାରତ ପାଇଁ ଖେଳିଛନ୍ତି । 

କୋଚିଙ୍ଗ , ଭାଷ୍ୟକାର ଓ ଚୟନକର୍ତା

[ସମ୍ପାଦନା]

ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ବିନ୍ନୀ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ପ୍ରଶାସନରେ ଭାଗ ନେବା ସହ ଜାତୀୟ ଚ୍ୟାନେଲରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ଭାରତୀୟ କ୍ରିକେଟ ବୋର୍ଡ଼ଦ୍ୱାରା ଜାତୀୟ ଚୟନକର୍ତା ଭାବରେ ମନୋନୀତ ହେଇଥିଲେ । []

http://www.cricbuzz.com/profiles/3843/roger-binny

ଆଧାର 

[ସମ୍ପାଦନା]