ରାସମୁସ୍ସେନ ମସ୍ତିସ୍କପ୍ରଦାହ
Chronic focal encephalitis; epilepsy hemiplegia and intellectual disabilities; chronic encephalitis and epilepsy; Rasmussen syndrome | |
ବିଭାଗ | Neurology |
---|---|
ଲକ୍ଷଣ | Seizures, weakness on one side of the body, intellectual dysfunction[୧] |
ଆକ୍ରାନ୍ତ ସମୟ | 2 to 10 yr old[୧][୨] |
ଅବଧି | Long-term[୧] |
କାରଣ | Unclear[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, EEG, and MRI[୨] |
ସଠିକ ରୋଗ ନିର୍ଣ୍ଣୟ | Focal cortical dysplasia, Alpers-Huttenlocher syndrome[୨] |
ଚିକିତ୍ସା | Anti-epileptic medication, corticosteroids, intravenous immunoglobulin, tacrolimus, surgery[୧] |
Prognosis | Variable[୧] |
ପୁନଃପୌନିକ | Rare[୧] |
ରାସମୁସ୍ସେନ ମସ୍ତିସ୍କପ୍ରଦାହ ହେଉଛି ଏକ ମସ୍ତିଷ୍କ ରୋଗ ଯାହା ଫଳରେ ବାତ, ଶରୀରର ଗୋଟିଏ ପାର୍ଶରେ ଦୁର୍ବଳତା ଏବଂ ବୌଦ୍ଧିକ ଅସୁବିଧା ଦେଖାଯାଏ ।[୧] ଏହି ବାତ ପ୍ରାୟ ସ୍ଥାନୀୟ, ବାରମ୍ବାର ଏବଂ ସାଂଘାତିକ ଅଟେ ।[୨] ଏହା ସାଧାରଣତ ୮ରୁ ୧୨ ମାସ ମଧ୍ୟରେ ଖରାପ ଦିଗକୁ ଯାଏ ଯାହା ପରେ ଏହା ସ୍ଥିର ହୋଇପାରେ ।[୧] [୨] ଲୋକମାନେ ପ୍ରାୟ କ୍ରନିକ ବା ଦୀର୍ଘକାଳୀନ ସମସ୍ୟାରେ ରହିଥା’ନ୍ତି, ଯେଉଁଥିରେ ଡିମେନ୍ସିଆ କିମ୍ବା ମସ୍ତିଷ୍କ ଆଟ୍ରୋଫି ହୋଇପାରେ ।[୧] [୨]
ଏହି ରୋଗର କାରଣ ଅସ୍ପଷ୍ଟ ଯଦିଓ ଅଟୋଇମ୍ୟୁନ ରୋଗ ହୋଇପାରେ କିମ୍ବା ସଂକ୍ରମଣ ଦ୍ୱାରା ଟ୍ରିଗର ହୋଇପାରେ ।[୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ମସ୍ତିଷ୍କର ଦୀର୍ଘକାଳୀନ ପ୍ରଦାହ ଅନ୍ତର୍ଭୁକ୍ତ ଥାଏ ।[୧] ସାଧାରଣତ ମସ୍ତିଷ୍କର କେବଳ ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୁଏ ।[୧] ଲକ୍ଷଣ, ଇଇଜି (EEG), ଏବଂ ଏମାଅରଆଇ (MRI) ଉପରେ ନିର୍ଣ୍ଣୟ କରେ ।[୨]
ବାତନିରୋଧୀ ବା ଆଣ୍ଟି-ଏପିଲିପ୍ଟିକ ଔଷଧ ବ୍ୟବହାର କରାଯାଇପାରେ କିନ୍ତୁ ସେଗୁଡିକ ଏତେ ପ୍ରଭାବଶାଳୀ ନୁହେଁ।[୧] ଅନ୍ୟାନ୍ୟ ଔଷଧ ମଧ୍ୟରେ କର୍ଟିକୋଷ୍ଟିରଏଡ, ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ, କିମ��ବା ଟାକ୍ରୋଲିମସ୍ ଔଷଧ ଦେଲେ ଉପଶମ ହୋଇପାରେ ।[୧] ଅର୍ଦ୍ଧ ମସ୍ତିଷ୍କ ବା ହେମିସଫେରେକ୍ଟୋମି ଅସ୍ତ୍ରୋପଚାର କଲେ ବାତ ମାରିବା ବନ୍ଦ ହୋଇପାରେ ।[୨] ଅନ୍ୟାନ୍ୟ ବିକଳ୍ପ ମଧ୍ୟରେ ଟ୍ରାନ୍ସକ୍ରାନିଆଲ୍ ଉତ୍ତେଜନା ଏବଂ ଭେଗସ୍ ସ୍ନାୟୁ ଉତ୍ତେଜିତ କଲେ ଉପକାର ହୋଇପାରେ ।[୩]
ରାସମୁସ୍ସେନ ମସ୍ତିସ୍କପ୍ରଦାହ ଏକ ବିରଳ ରୋଗ ଯାହା ବର୍ଷକୁ ପ୍ରାୟ ୨.୫ ନିୟୁତ ପିଲାଙ୍କ ମଧ୍ୟରୁ ଜଣକୁ ହୋଇଥାଏ ।[୧] [୨] ସାଧାରଣତଃ ୨ରୁ ୧୦ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ ହୁଏ; ଯଦିଓ ଏହା ଅନ୍ୟ ବୟସରେ ମଧ୍ୟ ହୋଇପାରେ ।[୧] [୨] ଏହାକୁ ପ୍ରଥମେ ୧୯୮୫ ମସିହାରେ ଥିଓଡୋର ରାସମୁସ୍ସେନ ବର୍ଣ୍ଣନା କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Rasmussen's Encephalitis". National Institute of Neurological Disorders and Stroke (in ଇଂରାଜୀ). Archived from the original on 21 March 2023. Retrieved 25 May 2023.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Rasmussen Encephalitis - Symptoms, Causes, Treatment | NORD". rarediseases.org. Archived from the original on 23 October 2021. Retrieved 25 May 2023.
- ↑ Tang, C; Luan, G; Li, T (2020). "Rasmussen's encephalitis: mechanisms update and potential therapy target". Therapeutic advances in chronic disease. 11: 2040622320971413. doi:10.1177/2040622320971413. PMID 33294146.
- ↑ Varadkar, S; Bien, CG; Kruse, CA; Jensen, FE; Bauer, J; Pardo, CA; Vincent, A; Mathern, GW; Cross, JH (February 2014). "Rasmussen's encephalitis: clinical features, pathobiology, and treatment advances". The Lancet. Neurology. 13 (2): 195–205. doi:10.1016/S1474-4422(13)70260-6. PMID 24457189.