ମହେନ୍ଦ୍ର ସିଂହ ଧୋନି
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ମହେନ୍ଦ୍ର ସିଂହ ଧୋନି | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ରାଞ୍ଚି, ବିହାର, ଭାରତ | ୭ ଜୁଲାଇ ୧୯୮୧|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | ମାହି,ଏମଏସ | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 9 in (1.75 m) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ-ହାତି ବ୍ୟାଟ୍ସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣ-ହାତି ମିଡିୟମ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ୱିକେଟ-ରକ୍ଷକ, ଭରତ ଅଧିନଯକ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap ୨୫୧) | ୨ ଡିସେମ୍ବର ୨୦୦୫ v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୨୬ ଡିସେମ୍ବର ୨୦୧୪ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୧୫୮) | ୨୩ ଡିସେମ୍ବର ୨୦୦୪ v ବାଂଲାଦେଶ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୬ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୭ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap ୨) | ୧ ଡିସେମ୍ବର ୨୦୦୬ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | ୨୪ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୧୯୯୯/୦୦–୨୦୦୪/୦୫ | ବିହାର | |||||||||||||||||||||||||||||||||||||||||||||||||||||||||||||||||
୨୦୦୪/୦୫-ବର୍ତ୍ତମାନ | ଝାରଖଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
୨୦୦୮–ବର୍ତ୍ତମାନ | ଚେନ୍ନାଈ ସୁପର କିଙ୍ଗସ | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNCricinfo, ୨୫ ଫେବୃଆରୀ ୨୦୧୮ |
ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କ୍ରିକେଟ ଖେଳାଳୀ ଓ ଅଧିନାୟକ । ସେ ୨୦୦୭ରେ ଟି୨୦ ବିଶ୍ୱକପ ଓ ୨୦୧୧ରେ ଦିନିକିଆ ବିଶ୍ୱକପରେ ଭାରତର ନେତୃତ୍ତ୍ୱ ନେଇଥିଲେ ଓ ତାଙ୍କ ଦଳଏ ଦୁଇ ଖେଳରେ ବିଜୟୀ ହୋଇଥିଲେ ।
ଜନ୍ମ ଓ ପରିବାର
[ସମ୍ପାଦନା]ମହେନ୍ଦ୍ର ସିଂହ ଧୋନି ୧୯୮୧ ମସିହା ଜୁଲାଇ ୭ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡ [୨] ରାଜ୍ୟର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପାନ ସିଂହ ଓ ମାତାଙ୍କ ନାମ ଦେବକୀ ଦେବୀ । ତାଙ୍କର ପୈତୃକ ଘର ଉତ୍ତରାଖଣ୍ଡ ରାଜ୍ୟର ଆଲମୋରା ଜିଲ୍ଲା ଅନ୍ତର୍ଗତ ଲାମଗଡ଼ ବ୍ଲକ୍ର ଭାଲି ଗ୍ରାମରେ । ପିତା ପାନ ସିଂହ ମେକନ୍ କମ୍ପାନୀରେ କନିଷ୍ଠ ପରିଚାଳକ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଉତ୍ତରାଖଣ୍ଡରୁ ରାଞ୍ଚି ସ୍ଥାନାନ୍ତର ହେବାକୁ ପଡ଼ିଥିଲା । ଧୋନିଙ୍କର ଜଣେ ବଡ଼ ଭାଇ ନରେନ୍ଦ୍ର ଓ ଭଉଣୀ ଜୟନ୍ତୀ ମଧ୍ୟ ଅଛନ୍ତି । [୩][୪]
ଶିକ୍ଷା
[ସମ୍ପାଦନା]ଧୋନି ଝାଡ଼ଖଣ୍ଡର ଶ୍ୟାମଳିରେ ଥିବା ଡି.ଏ.ଭି ଜବାହାର ବିଦ୍ୟାମନ୍ଦିରରେ (ଅଧୁନା ଜେ.ଭି.ଏମ, ଶ୍ୟାମଳି ନାମରେ ଜଣା) ଶିକ୍ଷାଗ୍ରହଣ କରିଥିଲେ । ପାଠ ପଢ଼ିବା ସମୟରେ ଧୋନିଙ୍କର ବ୍ୟାଡମିଣ୍ଟନ ଓ ଫୁଟବଲ ଭଳି ଖେଳରେ ରୁଚି ଥିଲା । ଏହି ଖେଳ ଦ୍ୱୟରେ ସେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଧୋନି ତାଙ୍କର ଫୁଟବଲ୍ ଦଳର ଗୋଲ ରକ୍ଷକ ଥିଲେ ଓ ଏକଦା ତାଙ୍କର ପ୍ରଶିକ୍ଷକଙ୍କ କଥାରେ ସ୍ଥାନୀୟ କ୍ରିକେଟ୍ ଦଳ ପାଇଁ କ୍ରିକେଟ୍ ଖେଳିବାକୁ ଯାଇଥିଲେ । ତେବେ ସେଦିନର ସେହି କ୍ରିକେଟ୍ ମ୍ୟାଚରେ ଧୋନିଙ୍କୁ ବ୍ୟାଟିଂ କି ବୋଲିଂ କରିବାର ସୁଯୋଗ ମିଳି ନଥିଲା । ହେଲେ ନିଜର ଉଚ୍ଚସ୍ତରୀୟ କିପିଙ୍ଗ୍ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହାପରେ ସେ କମାଣ୍ଡୋ କ୍ରିକେଟ୍ କ୍ଲବର ନିୟମିତ କିପର୍ ଭାବେ କାର୍ଯ୍ୟ ତୁଲାଇବାକୁ ଆରମ୍ଭକଲେ ସେହି କ୍ରିକେଟ୍ କ୍ଲବଟି ୧୯୯୫ ରୁ୧୯୯୮ ପର୍ଯ୍ୟନ୍ତ ରାଞ୍ଚିରେ ଅବସ୍ଥିତ ଥିଲା ।
କ୍ୟାରିୟର
[ସମ୍ପାଦନା]ନିଜର ବଳିଷ୍ଠ ପ୍ରଦର୍ଶନଦ୍ୱାରା ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । ଯାହାଫଳରେ ତାଙ୍କୁ ୧୯୯୭/୯୮ ମସିହା ପାଇଁ ଷୋହଳ ବର୍ଷରୁ କମ୍ ବିନୁ ମଙ୍କଡ୍ ଟ୍ରଫି ପାଇଁ ଚୟନ କରାଯାଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ତାଙ୍କର ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା । ଦଳମ ଶ୍ରେଣୀ ପରେ ଧୋନି ନିଜକୁ କ୍ରିକେଟ୍ ସହିତ ଅଧିକରୁ ଅଧିକ ସଂଶ୍ଳିଷ୍ଟ କରିବାକୁ ଆରମ୍ଭ କଲେ ଓ ନିଜକୁ ଭବିଷ୍ୟତରେ ଜଣେ କ୍ରିକେଟର ଭାବେ ଗଢିତୋଳିବାକୁ ପ୍ରଯତ୍ନଶୀଳ ହେଲେ । ୨୦୦୧ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ମେଦିନପୁରଠାରେ ଥିବା ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଭୁକ୍ତ ଖଡକପୁର ରେଳ ଷ୍ଟେସନରେ ଜଣେ ରେଳ ଟିକେଟ୍ ଯାଞ୍ଚ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ । ମାତ୍ର ସେଠି ରହିବା ସମୟରେ ମଧ୍ୟ ସେ କ୍ରିକେଟକୁ ଭୁଲି ପାରି ନଥିଲେ ବା କ୍ରିକେଟଠାରୁ ନିଜକୁ ଦୂରେଇ ଦେଇ ପାରୁ ନଥିଲେ । ଖଡକପୁର ଷ୍ଟେସନଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ଛୋଟ ଘରେ ନିଜର ଜଣେ ବନ୍ଧୁଙ୍କ ସହ ସେ ଭଡାରେ ରହୁଥିଲେ । ସେହି ବନ୍ଧୁଙ୍କର କହିବା ଅନୁଯାୟୀ ଧୋନି ପ୍ରବଳ ମାତ୍ରାରେ କ୍ରିକେଟ୍କୁ ଭଲ ପାଉଥିଲେ । ଯାହା ଫଳରେ ଟିକିଏ ସମୟ ମିଳିଲେ ଏମିତିକି କାମଧନ୍ଦା ଛାଡି ମଧ୍ୟ ସେ କ୍ରିକେଟ ଖେଳିବାକୁ ପଳାଉଥିଲେ । ଖଡକପୁରରେ ରହିବା ସମୟରେ ଧୋନି ସେଠାରେ ଲୋକମାନଙ୍କ ପାଇଁ ଏକ ଆକ��୍ଷଣୀୟ କ୍ରିକେଟର ହୋଇପାରିଥିଲେ । ସେ ସେଠାରେ ନିଜର ଆକ୍ରମଣାତ୍ମାକ ବ୍ୟାଟିଂଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଖଡକପୁର ପାଖରେ ଥିବା ଏକ ମିନି ଷ୍ଟାଡିୟମରେ ପ୍ରତ୍ୟେହ ଅପରାହ୍ନରେ ଧୋନିଙ୍କୁ କ୍ରିକେଟ ଖେଳୁଥିବାରେ ଦେଖିବାକୁ ମିଳିଥିଲା । ଧୋନି ଟେଲିଭିଜନରେ ପ୍ରଶାରିତ ହେଉଥିବା କୌଣସି କ୍ରିକେଟ୍ ମ୍ୟାଚକୁ କେବେବି ଦେଖିବାକୁ ଭୁଲନ୍ତିନି । ତାଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ ୨୦୦୩ ବିଶ୍ୱକପ୍ ଫାଇନାଲରେ ଭାରତ ଯେତେବେଳେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରିସ୍ଥିତିରେ ହାରିଲା, ସେତେବେଳେ ଧୋନିଙ୍କ ସହ ବସି ସେ ସେହି ମ୍ୟାଚ୍ ଦେଖୁଥିଲେ । ମ୍ୟାଚ୍ ଶେଷରେ ଧୋନି ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ, ‘ମୁଁ ଜାଣିଛି ମୁଁ ହତଭାଗ୍ୟ କାରଣ ମୁଁ ମୋ କ୍ରିକେଟକୁ ଆଗକୁ ବଢ଼ାଇ ପାରୁନାହିଁ । କିନ୍ତୁ ମୋର ଭାଗ୍ୟ ଏତେ ବି ଖରାପ ନୁହେଁ ଯେ ଆଗାମ୧୫ ବର୍ଷ ମଧ୍ୟରେ ମୁଁ ନିଜକୁ ଭାରତୀୟ କ୍ରିକେଟ ପୋଷାକ ମଧ୍ୟରେ ଦେଖିପାରିବିନି ।‘ ୫ ବର୍ଷତ ବହୁତ ଅଧିକ ସମୟ । ତାପରର ଏକ ବର୍ଷ ମଧ୍ୟରେ ଧୋନି ନିଜକୁ ଭାରତୀୟ କ୍ରିକେଟ ଦଳରେ ସାମିଲ କରାଇବାକୁ ସକ୍ଷମ ହୋଇଥିଲେ ।
ଆର୍ନ୍ତଜାତୀୟ କ୍ରିକେଟ ଜୀବନ
[ସମ୍ପାଦନା]୨୦୦୪ ମସିହା ଡିସେମ୍ବରରେ ବାଂଲାଦେଶ ବିରୁଦ୍ଧରେ ଧୋନି ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ସେ ଅବଶ୍ୟ ବିଶେଷ କିଛି କରିପାରିନଥିଲେ, ମାତ୍ର ତାଙ୍କର କିଛି ସମୟର ରହଣୀ ମଧ୍ୟରେ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ମାଧ୍ୟମରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିଦେଇଥିଲେ । ଏହାର ବର୍ଷେ ପରେ ୨୦୦୪ରେ ଶ୍ରୀଲଙ୍କା ବିରୁଦ୍ଧରେ ଧୋନି ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଧୋନିଙ୍କର ବ୍ୟାଟିଂ କୌଶଳ ଅତ୍ୟନ୍ତ ନିଆରା । ତାଙ୍କର ଏକ ଭିନ୍ନ ଢଙ୍ଗରେ ବ୍ୟାଟିଂ କରିବା ଦର୍ଶକଙ୍କ ସମେତ କ୍ରିକେଟ ପଣ୍ଡିତ ତଥା ପୂର୍ବତନ କ୍ରିକେଟରମାନଙ୍କୁ ହତୋତ୍ସକିତ କରିଥିଲା । ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ଧୋନି ଭାରତୀୟ ଦଳର ନିୟମିତ ୱିକେଟ୍ କିପର ତଥା ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଥିଲେ । ସେ ନିଜର ପ୍ରଥମ ଶତକ ପାକିସ୍ତାନ ବିରୁଦ୍ଧରେ କରିଥିଲେ । ଯେଉଁଥିରେ ସେ ୧୪୮ ରନ୍ କରି ଆଉଟ୍ ହୋଇଥିଲେ । ୨୦୦୭ ମସିହାରେ ହୋଇଥିବା ପ୍ରତମ ଟି୨୦ ବିଶ୍ୱକପରେ ଅଧିନାୟକ ଭାବେ ଧୋନିଙ୍କ ନାମକୁ ସୁପାରିସ୍ କରିଥିଲେ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । ସଚିନଙ୍କର ସୁପାରିସ୍ ଓ ଧୋନିଙ୍କର ଯୋଗ୍ୟତାକୁ ଆଖି ଆଗରେ ରଖି ଚୟନକର୍ତ୍ତାମାନେ ତାଙ୍କୁ ଏକ ଯୁବ ଦଳର ଅଧିନାୟକ ରୂପେ ବିଶ୍ୱକପ ଖେଳିବାକୁ ସାଉଥ୍ ଆଫ୍ରିକା ପଠାଇଥିଲେ । ଏହି ଦଳଠାରୁ କାହାରି ବିଶେଷ କିଛି ଆଶା ନଥିଲା । କାରଣ ସମସ୍ତେ ଅନଭିଜ୍ଞ ଥିଲେ । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଧୋନିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ୱ ଚମ୍ପିୟାନ ହୋଇଥିଲା । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଟି୨୦ ପରେ ଦନିକିଆ ଓ ତା ପରେ ଟେଷ୍ଟ ଦଳର କମାଣ ମଧ୍ୟ ନିଜ ହାତକୁ ନେଇ ସେ ସଫଳ ହୋଇପାରିଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ ଦଳ ବିଶ୍ୱର ୧ନଂ ମାନ୍ୟତା ମଧ୍ୟ ହାସଲ କରିସାରିଛି । ଧୋନିଙ୍କର କିଛି ବୃହତ୍ ବିଜୟ ମଧ୍ୟରେ ରହିଛି ୨୦୦୭ ଟି୨୦ ବିଶ୍ୱକପ୍, ୨୦୦୮ ଓ ୨୦୧୦ ବର୍ଡର ଗାଭାସ୍କର ଟ୍ରଫି, ୨୦୦୭/୦୮ ସିବି ସିରିଜ୍, ୨୦୧୦ ଏସିଆ କପ୍ ଇତ୍ୟାଦି । ୨୦୧୩ର ଚାମ୍ପିୟନ୍ସ ଟ୍ରଫିର ଶେଷ ସଂସ୍କରଣରେ ଇଂଲଣ୍ଡକୁ ତାହାରି ମାଟିରେ ହରାଇ ଧୋନି ଇତିହାସ ରଚନା କରିଥିଲେ । ଏହାଛଡା ସର୍ବବୃହତ୍ ବିଜୟ ହେଉଛି ୨୦୧୧ ବିଶ୍ୱକପ୍ । ଶ୍ରୀଲଙ୍କା ବିରୁଦ୍ଧରେ ମୁମ୍ବାଇରେ ଏକ ବିଶାଳ ଛକ୍କା ଲଗାଇ ଧୋନି ବିଶ୍ୱକପକୁ ଭାରତୀୟ ଦଳ ନାଁରେ କରାଇଥିଲେ । ଯାହା ଫଳରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା । ଏହାଛଡା ଆଇ.ପି.ଏଲ୍ରେ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇ ଦଳକୁ ୩ ଥର ଚମ୍ପିୟାନ, ୨ ଥର ରନର୍ସ ଅପ୍ କରାଇବାକୁ ସକ୍ଷମ ହୋଇଛନ୍ତି । ନିଜର ଥଣ୍ଡା ମିଂଜାସ ଓ ବିପରୀତ ସମୟରେ ଧର୍ଯ୍ୟ ପ୍ରଦର୍ଶନ ପାଇଁ ସେ କ୍ୟାପଟେନ କୁଲ୍ ହିସାବରେ ବି ପରିଚିତ । ଧୋନି ବର୍ତ୍ତମାନ ପର୍ଯ୍ୟନ୍ତ ୭୭ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୪୨ଟି ଟି୨୦ ମ୍ୟାଚ ଖେଳିସାରିଛନ୍ତି । ଯେଉଁଥିରେ ଯଥାକ୍ରମେ ,୩୯.୭୦, ୫୧.୪୫, ୩୧.୧୬ ବ୍ୟାଟିଂ ହାରରେ ସେ ୪୨୦୯, ୭୩୫୮ ଓ ୭୪୮ ରନ୍ କରି ସାରିଛନ୍ତି ।
ବୈବାହିକ ଜୀବନ ଓ ସଉକ
[ସମ୍ପାଦନା]ମହେନ୍ଦ୍ର ସିଂହ ଧୋନି ୨୦୧୦ ମସିହା ଜୁଲାଇ ୪ ତାରିକରେ ଉତ୍ତରାଖଣ୍ଡ ଡେରାଡୁନର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ସାକ୍ଷୀ ସିଂହ ରାୱତଙ୍କୁ ବିବାହ କରିଥିଲେ । ଧୋନିଙ୍କର ମୋଟର ସାଇକେଲ ପ୍ରତି ଅହେତୁକ ପ୍ରେମ ରହିଛି । ସୁଜୁକି ହାୟାବୁସା ପରି ୧୦ରୁ ଉର୍ଦ୍ଧ୍ୱ ବହୁମୂଲ୍ୟ ମୋଟର ସାଇକେଲ ଧୋନି ନିଜ ଘରେ ଥିବା ସୋରୁମରେ ସଜାଇ ରଖିଛନ୍ତି । ନିଜର କେଶସଜ୍ଜାକୁ ନେଇ ଧୋନି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । କ୍ରିକେଟ ଦୁନିଆକୁ ପଶିବା ସମୟରେ ସେ ନିଜର ଲମ୍ବା କେଶ ପାଇଁ ସଭିଙ୍କର ପସନ୍ଦ ଥିଲେ । ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ତାଙ୍କୁ ନିଜର କେଶ ନକାଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]କ୍ରିକେଟରେ ନିଜର ବଳିଷ୍ଠ ଅବଦାନ ପାଇଁ ୨୦୦୭ /୦୮ ମସିହାରେ ତାଙ୍କୁ ଖେଳ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନୀତ କରାଯାଇଛି । ୨୦୦୮ ଓ ୨୦୦୯ ମସିହାରେ ଆର୍ନ୍ତଜାତୀୟ କ୍ରିକେଟ୍ କାଉନସିଲଦ୍ୱାରା ଧୋନି ପ୍ଲେୟାର ଅଫ ଦ ଇୟର ପୁରସ୍କାର ମଧ୍ୟ ପାଇଛନ୍ତି । ଏହାଛଡା ୨୦୦୮, ୨୦୦୯, ୨୦୧୦ ଓ ୨୦୧୧ ମସିହାରେ ସେ ନିଜକୁ ବିଶ୍ୱ ଏକାଦଶରେ ମଧ୍ୟ ସାମିଲ କରାଇପାରିଥିଲେ । ଅଗଷ୍ଟ ୨୦୧୧ରେ ଦି ମୋଣ୍ଟଫୋର୍ଟ ୟୁନିଭର୍ସିଟି ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମଧ୍ୟ ମିଳିଛି । ଭାରତୀୟ ସ୍ଥଳସେନାରେ ଧୋନିଙ୍କୁ କ୍ୟାପଟେନ୍ ପଦବାଚ୍ୟ କରାଯିବା ସହ ଭାରତର ୨ୟ କ୍ରିକେଟର ହିସାବରେ ସଚିନ ତେନ୍ଦୁଲକରଙ୍କ ପରେ ସେ ସୁଖୋଇ ଯୁଦ୍ଧବିମାନରେ ଉଡିବାର ସୌଭାଗ୍ୟ ଲାଭ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "Dhoni breaks Sachin's record of highest score by Indian skipper". Archived from the original on 2013-02-27. Retrieved 2013-02-25.
- ↑ "Players and Officials – MS Dhoni". Cricinfo.
- ↑ "ଆର୍କାଇଭ୍ କପି". Archived from the original on 2021-07-03. Retrieved 2013-11-26.
{{cite web}}
: Cite has empty unknown parameter:|1=
(help) - ↑ "Ranchi rocker". The Tribune. India. 29 April 2006. Archived from the original on 10 April 2021. Retrieved 12 May 2007.