ନନ୍ଦିନୀ ଶତପଥୀ
ନନ୍ଦିନୀ ଶତପଥୀ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୬ ମାର୍ଚ୍ଚ ୧୯୭୪ – ୧୬ ଡିସେମ୍ବର ୧୯୭୬ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
କାର୍ଯ୍ୟକାଳ ୧୪ ଜୁନ ୧୯୭୨ – ୩ ମାର୍ଚ୍ଚ ୧୯୭୩ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ଦାସ |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପିଠାପୁର, କଟକ | ୯ ଜୁନ ୧୯୩୧
ମୃତ୍ୟୁ | ୪ ଅଗଷ୍ଟ ୨୦୦୬ | (ବୟସ ୭୫)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି, ଜାଗ୍ରତ ଓଡ଼ିଶା |
ଜୀବନ ସାଥୀ | ଦେବେନ୍ଦ୍ର ଶତପଥୀ |
ସନ୍ତାନ | ତଥାଗତ ଶତପଥୀ ସୁପନୌ ଶତପଥୀ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬[୧] ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । [୨] ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନନ୍ଦିନୀ ୧୯୩୧ ମସିହା କଟକ ଜିଲ୍ଲା ପିଠାପୁର ଗ୍ରାମରେ ଏକ ବିପ୍ଲବୀ ପରିବାରରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ[୩] ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ ଆକର୍ଷିତ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ ।[୪]
ପାରିବାରିକ ଜୀବନ
[ସମ୍ପାଦନା]କଟକର ଝିଅ ନନ୍ଦିନୀ ଦେବୀ ତାଙ୍କ ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ । ଦେବେନ୍ଦ୍ର ଢ଼େଙ୍କାନାଳରୁ ଲୋକ ସଭା ସାଂସଦ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ ।[୫] ତାଙ୍କର ଦୁଇପୁଅ ବଡ଼ପୁଅ ନଚିକେତା ଶତପଥୀ ରାଜ୍ୟ ବାହରରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନପୁଅ ତଥାଗତ ଶତପଥୀ ରାଜନୀତିରୁ ଅବସର ନେଇ ଏବେ ସାମ୍ବାଦିକତା ଉପରେ ମନୋନିବେଶ କରୁଛନ୍ତି ଓ ଦୈନିକ ଖବରକାଗଜ ଧରିତ୍ରୀ ଓଓଡ଼ିଶା ପୋଷ୍ଟ ର ସମ୍ପାଦକ ଅଛନ୍ତି ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ନନ୍ଦିନୀ ଦେବୀ ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା ଓହ୍ଲାଇ ନିଜ ସାହସିକତାର ପରିଚୟ ଦେଇଥିଲେ । ନନ୍ଦିନୀ ଦେବୀ ଗର୍ଭବତୀ ଥିବା ସମୟରେ ୧୯୫୧ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇ ପୁଲିସ ଲାଠି ମାଡ଼ର ଶିକାର ହୋଇଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ । ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହାପରେ ୧୯୭୭ରୁ ୮୦ ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରେଦଶ କଂଗ୍ରେସ (ଉର୍ସ) ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ । [୭]
- ଓଡ଼ିଶାର ମୁଖ୍ୟମନ୍ତ୍ରୀ:
- ୧୯୭୨-୧୯୭୩ ମସିହା
- ୧୯୭୪-୧୯୭୬ ମସିହା [୮]
- କେନ୍ଦ୍ରରେ:
- ୧୯୬୨ -୧୯୬୮ (ସୂଚନା ଓ ପ୍ରସାରଣ ବିଭାଗ ଉପମନ୍ତ୍ରୀ)[୯]
- ୧୯୬୮-୧୯୭୨ (ମିନିଷ୍ଟର ଆଟାଚ ଟୁ ପ୍ରାଇମ୍ମିନିଷ୍ଟର)
- ରାଜ୍ୟସଭା ସଦସ୍ୟା:
- ୧୯୬୨-୧୯୬୮ ମସିହା
- ୧୯୬୮-୧୯୭୨ ମସିହା
- ଅଧ୍ୟକ୍ଷା, ରାଜ୍ୟ ଯୋଜନା ବୋର୍ଡ଼
- ୧୯୮୯-୧୯୯୦
- ୧୯୯୫
- ଓଡ଼ିଶା ବିଧାନ ସଭା ସଦସ୍ୟା:
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଅନାଥ-୧୯୪୨
- କେତୋଟି କଥା-୧୯୬୭
- ସପ୍ତଦଶୀ-୧୯୮୮
ଉପନ୍ୟାସ
[ସମ୍ପାଦନା]- ଟିକି ସୁନା ହଜିଗଲା
ଅନୁବାଦ
[ସମ୍ପାଦନା]- ଗାନ୍ଧୀକଥାମୃତ-୧୯୭୦ (ଏହା କ୍ରିଷ୍ଣା କ୍ରିପାଳିନୀଙ୍କ ‘ଅଲ ମେନ ଆର ବ୍ରଦର୍ସ’ର ଓଡ଼ିଆ ଅନୁବାଦ), କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ।
- ରସିଦ୍ ଟିକଟ-୧୯୯୦ (ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ’ର ଓଡ଼ିଆ ଅନୁବାଦ)
- ଏହି ଅନୁବାଦ ପୁସ୍ତକ ପାଇଁ ୧୯୯୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ।
- ଲଜ୍ଜା-୧୯୯୩ (ବଙ୍ଗଳା ଲେଖିକା ତସଲିମା ନସରିନଙ୍କ ‘ଲଜ୍ଜା’ ବହିର ଓଡ଼ିଆ ଅନୁବାଦ)
- କୋଡ଼ିଏଟି ଗଳ୍ପ (ଜ୍ଞାନପୀଠ ଓ ମାଗାସେସେ ପୁରସ୍କାର ବିଜେତା ମହାଶ୍ୱେତା ଦେବୀଙ୍କ ‘ପଚାଶୋଟି ଗଳ୍ପ’ର ଓଡ଼ିଆ ଅନୁବାଦ)
- ପେନ୍ ପୋର୍ଟ୍ରେଟ ଆଣ୍ଡ ଟ୍ରିବ୍ୟୁଟ୍ସ ବାଇ ଗାନ୍ଧିଜୀ’ର ଓଡ଼ିଆ ଅନୁବାଦ
- ଜମି ଯେବେ ଜାଗିଉଠେ (କୃଷ୍ଣ ଚନ୍ଦରଙ୍କ ଉପନ୍ୟାସର ଓଡ଼ିଆ ଅନୁବାଦ)
ଶତପଥୀଙ୍କ ଉପରେ ହୋଇଥିବା କାମ
[ସମ୍ପାଦନା]ବହି
[ସମ୍ପାଦନା]- ନନ୍ଦିନୀ ଶତପଥୀ (ସଂକଳନ: ଆଶିଷ ରଞ୍ଜନ ମହାପାତ୍ର)
ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫[୧୧]
- ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର
- ସାହିତ୍ୟ ଭାରତୀ ସମ୍ମାନ[୧୨]
ମୃତ୍ୟୁ
[ସମ୍ପାଦନା]୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ନନ୍ଦିନୀ ଦେବୀଙ୍କ ମୃତ୍ୟୁ ଘଟିଥିଲା ।[୧୩] ମୃତ୍ୟୁ ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ। ହଠାତ ସ୍ୱାସ୍ଥ୍ୟାବସ୍ଥରେ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।
ଆଧାର
[ସମ୍ପାଦନା]- ↑ "Former Orissa CM dead". The Telegraph. Retrieved 5 August 2015.
- ↑ ସମ୍ବାଦ, ୪ ଅଗଷ୍ଟ ୨୦୦୬
- ↑ Tripathy, Jayashree Mishra. "Iron lady continues to inspire women folk". The Pioneer. Retrieved 14 January 2019.
- ↑ "Biography of Nandini Satpathy". Archived from the original on 2016-09-23. Retrieved 2017-03-19.
- ↑ ସମ୍ବାଦ, ୪ ଅଗଷ୍ଟ ୨୦୦୬
- ↑ "Ex-CM of Orissa Nandini Satpathy passes away". The Times of India. Bennett, Coleman & Co. Ltd. Retrieved 14 January 2019.
- ↑ "ସମ୍ବାଦ, ୪ ଅଗଷ୍ଟ ୨୦୦୬".
- ↑ "The 'Iron lady' of Orissa politics". news.outlookindia.com. 2012. Retrieved 2 July 2012.
she was sworn in again as Chief Minister for a two-year period from 1974 till 1976
- ↑ "ସମ୍ବାଦ, ୪ ଅଗଷ୍ଟ ୨୦୦୬".
- ↑ "NANDINI SATPATHY (1931-2006)". STREESHAKTI. Retrieved 14 January 2019.
- ↑ "AKADEMI TRANSLATION PRIZES (1989-2015)". Sahitya Akademi. Retrieved 14 January 2019.
- ↑ "Nandini Satpathy". tribuneindia.com. Retrieved 14 January 2019.
- ↑ "CM unveils Nandini statue". The Telegraph. Retrieved 14 January 2019.
ଅଧିକ ତଥ୍ୟ
[ସମ୍ପାଦନା]- ୧୯୩୧ ଜନ୍ମ
- ୨୦୦୬ ମୃତ୍ୟୁ
- ଓଡ଼ିଶାର ମୁଖ୍ୟମନ୍ତ୍ରୀ
- ରାଜ୍ୟ ସଭା ସଭ୍ୟ
- ଢେଙ୍କାନାଳ ଜିଲ୍ଲାର ଲୋକ
- ଭାରତୀୟ ନେତ୍ରୀ
- ଓଡ଼ିଆ ସାହିତ୍ୟିକ
- ଔପନ୍ୟାସିକ
- କଟକ ଜିଲ୍ଲାର ଲୋକ
- ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ
- ପ୍ରଥମ ଓଡ଼ିଆ ମହିଳା
- ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ
- ୫ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ
- ୭ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୮ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୯ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା