ଜରୀନ ଖାନ
ଜରୀନ ଖାନ | |
---|---|
ज़रीन खान | |
ଜନ୍ମ | ଜରୀନ ଖାନ ୧୪ ମଇ ୧୯୮୭ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ଜରୀନ ଖାନ (ଜନ୍ମ: ୧୪ ମଇ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ହିନ୍ଦୀ କଥାଚିତ୍ର ସହ ତାମିଲ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଜରୀନ ୨୦୧୦ ମସିହାରେ ଅଭିନେତା ସଲମାନ ଖାଁଙ୍କ ସହ ବୀର୍ ଚଳଚ୍ଚିତ୍ର ମାଧ୍ୟମରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ପରେ ଜରୀନ ସଲମାନଙ୍କ ରେଡ୍ଡି ଚଳଚ୍ଚିତ୍ରରେ ଆଇଟମ୍ ଗୀତ କାରେକ୍ଟ ଢିଲା ଗୀତରେ ନୃତ୍ୟ କରିଥିଲେ, ଏହି ନୃତ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା । ପରେ ପରେ ସେ ହାଉସଫୁଲ୍-୨ ଏବଂ ହେଟ ଷ୍ଟୋରୀ-୨ରେ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।[୩] ଜରୀନ ତାମିଲ କଥାଚିତ୍ର ନାନ୍ ରାଜାବାଗା ପୋଗିରେନ୍ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୪][୫][୬]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଜରୀନ ୧୪ ମଇ ୧୯୮୭ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭][୮][୯] ଜରୀନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୮] ସେ ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ ଏବଂ ମରାଠୀ କହିପାରନ୍ତି । ସେ ମୁମ୍ବାଇର ରବି କଲେଜ ଅଫ୍ ସାଇନ୍ସରୁ ତାଙ୍କର ଶିକ୍ଷା ଶେଷ କରିଛନ୍ତି ।[୧୦][୧୧]
ଅଭିନୟ ଜୀବନ
[ସମ୍ପାଦନା]ଜରୀନ ପୂର୍ବରୁ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ, ମାତ୍ର ପରେ ସେ ଯୁବରାଜ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ ।[୧୨] ଜରୀନ ୨୦୧୦ରେ ହିନ୍ଦୀ କଥାଚିତ୍ର ବୀର୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୩] ଏକ ସ୍କ୍ରିନ୍ ଟେଷ୍ଟରେ ସେ ସଫଳ ହେବା ପରେ ସଲମାନ ତାଙ୍କୁ ଏହି ଭୂମିକାରେ ଅଭିନୟ ପାଇଁ ବାଛିଥିଲେ ।[୧୪]
ଏହାପରେ ସେ ହାଉସଫୁଲ୍-୨[୧୫][୧୬], ଅମର ମଷ୍ଟ ଡାଏ ଏବଂ ହେଟ ଷ୍ଟୋରୀ-୨[୧୭] ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ଜରୀନ ତାମିଲ କଥାଚିତ୍ର ନାନ୍ ରାଜାବାଗା ପୋଗିରେନ୍ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୮] ଜ୍ୟାଟ୍ ଜେମ୍ସ୍ ବଣ୍ଡ୍ କଥାଚିତ୍ର ଜରିଆରେ ସେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯] ଏଥି ସହ ଜରୀନ ରେଡ୍ଡି, ବିରାପ୍ପାନ, ବଜା ତୁମ୍ ହୋ ଭଳି କଥାଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୧୦: ବୀର୍ (ହିନ୍ଦୀ)
- ୨୦୧୧: ରେଡ୍ଡି (ହିନ୍ଦୀ)
- ୨୦୧୨: ହାଉସଫୁଲ୍-୨ (ହିନ୍ଦୀ)
- ୨୦୧୩: ନାନ୍ ରାଜାଭାଗ ପୋଗିରେନ୍ (ତାମିଲ)
- ୨୦୧୪: ଜ୍ୟାଟ୍ ଜେମ୍ସ୍ ବଣ୍ଡ୍ (ପଞ୍ଜାବୀ)
- ୨୦୧୪: ଅମର ମଷ୍ଟ ଡାଏ (ହିନ୍ଦୀ)
- ୨୦୧୫: ହେଟ୍ ଷ୍ଟୋରୀ-୩ (ହିନ୍ଦୀ)
- ୨୦୧୬: ବିରାପ୍ପାନ୍ (ହିନ୍ଦୀ)
- ୨୦୧୬: ବଜା ତୁମ୍ ହୋ (ହିନ୍ଦୀ)
- ୨୦୧୭: ଅକ୍ସର-୨ (ହିନ୍ଦୀ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Zarine Khan: Veer ki Heer!". The Times of India. 23 January 2010. Retrieved 11 May 2017. ଆଧାର ଭୁଲ: Invalid
<ref>
tag; name "interview" defined multiple times with different content - ↑ "Sunny Leone & Zarine Khan Lookalike".
- ↑ "Which is the raunchiest Hate Story? VOTE!".
- ↑ bollyb (2013-09-18). "Will Elli Avram be Salman Khan's next lady 'friend'?". Bollywoodlife.com. Retrieved 11 May 2017.
- ↑ Vaibhavi V Risbood (2013-08-21). "Finally, Zareen gets over Katrina's 'look alike' tag". The Times Of India. TNN. Archived from the original on 2013-10-16. Retrieved 11 May 2017.
- ↑ "Sunny Leone & Zarine Khan Lookalike".
- ↑ ""I Am Muslim, I Know My Islam": Zareen Khan". Bollywood Hungama.
{{cite web}}
: Cite has empty unknown parameter:|1=
(help) - ↑ ୮.୦ ୮.୧ Mangal Dalal (8 January 2010). "When Men Were Men". Indian Express. Retrieved 11 May 2017.
Asked about whether it was a risk casting Zarine Khan, the debutant from the UK, Khan says: "She's a Pathan girl who speaks Hindi and Urdu well and was spectacular in the screen test. It was pure luck."
- ↑ Mangal Dalal (8 January 2010). "'Veer' also has a social message behind it: Salman Khan". Express India. Archived from the original on 14 March 2012. Retrieved 11 May 2017.
Asked about whether it was a risk casting Zarine Khan, the debutant from the UK, Khan says: "She's a Pathan girl who speaks Hindi and Urdu well and was spectacular in the screen test.
- ↑ "No bikini for me: Zarine Khan". Mid-Day. IANS. 2010-01-27. Retrieved 11 May 2017.
- ↑ Natasha Sahgal (11 January 2010). "Zarine Khan is living a dream as the heroine in 'Veer'". The Indian Express. Retrieved 11 May 2017.
- ↑ Soumyadipta Banerjee (24 January 2010). "Zarine Khan is a tough cookie". Daily News & Analysis. Retrieved 11 May 2017.
- ↑ Deepa Karmalkar (21 November 2008). "'No candlelight dinners for me...'". Screen. Archived from the original on 11 March 2010. Retrieved 11 May 2017.
- ↑ Subhadeep Bhattacharjee (16 December 2009). "Salman made Zarine Khan gain weight". Oneindia.in. Archived from the original on 20 October 2012. Retrieved 11 May 2017.
- ↑ Taran Adarsh (2012-04-06). "Housefull 2". Bollywood Hungama. Retrieved 11 May 2017.
- ↑ "Housefull 2 Crossed Rs. 100 crore Mark At Box-Office In 17 Days". Koimoi.com. 2012-04-23. Retrieved 11 May 2017.
- ↑ "Watch Zareen Khan & Daisy Shah in Hot ever before-'Hate Story 3' Official Trailer". Retrieved 11 May 2017.
- ↑ B-town actresses turn item girls for K’wood - The Times of India
- ↑ "'Jatt James Bond' collects Rs 7 crore in first four days - IBNLive". Archived from the original on 2014-05-02. Retrieved 2017-05-11.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜରୀନ ଖାନ