ଚିଙ୍ଗୁଡ଼ି ମଲ��ଇ
ଦେଖଣା
![]() ଚିଙ୍ଗୁଡି ମଲାଇ | |
ପରଷା | Seafood curry |
---|---|
ମୂଳ ସ୍ଥାନ | ବାଂଲାଦେଶ |
ଅଞ୍ଚଳ ବା ରାଜ୍ୟ | ବଙ୍ଗଳା |
ମୁଖ୍ୟ ଉପାଦାନ | ଚିଙ୍ଗୁଡ଼ି, ମଲାଇ, ମସଲା |
|
ଚିଙ୍ଗୁଡ଼ି ମଲାଇ ଏକ ସୁସ୍ୱାଦୁ ଆମିଷ ଖାଦ୍ୟ ।[୧][୨][୩] ଏହା ଖାଦ୍ୟଟି ବିଶେଷ କରି ସମୁଦ୍ର ଏବଂ ନଈ କୂଳିଆ ଅଞ୍ଚଳର ଲୋକମାନେ ଖାଆନ୍ତି ।[୪][୫]
ସାମଗ୍ରୀ
[ସମ୍ପାଦନା]- ଚିଙ୍ଗୁଡି ୧ କେଜି
- ପିଆଜ ୨ ଗୋଟି କଟା କିମ୍ବା ପେସ୍ଟ୍
- ରସୁଣ ୮ ଗୋଟି
- ଜିରା ଅଧା ଚାମଚ
- ଲଙ୍କା ୮ ଗୋଟି
- ନଡିଆ କ୍ଷୀର ୧ କପ୍
- ରାଇ ପେସ୍ଟ ୨ ଚାମଚ
- ହଳଦୀ ୧ ଚାମଚ
- ଲୁଣ ସ୍ୱାଦ ଅନୁସାରେ
- ସୋରିଷ ତେଲ
ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ଚିଙ୍ଗୁଡିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲକରି ମିଶାନ୍ତୁ । ଏହାପରେ ପ୍ୟାନରେ ସୋରିଷ ତେଲ ଗରମ କରି ସେଥିରେ କଟା ହୋଇଥିବା ଲଙ୍କା ଏବଂ ଜିରା ପକାନ୍ତୁ। ଏହାପରେ କଟା ପିଆଜ ପକାଇ ତାକୁ ଭୁଣନ୍ତୁ । ଏହାପରେ ପିଆଜ, ରସୁଣ ଏବଂ ବଳକା ଲଙ୍କାର ଏକ ମିଶ୍ରଣ ପ୍ରସ୍ତୁତ କରି ପ୍ୟାନ୍ରେ ପକାଇ ୪ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ। ଏହାପରେ ରାଇ ପେସ୍ଟ, ହଳଦୀ ଏବଂ ଲୁଣ ପକାଇ କମ୍ ଆଞ୍ଚରେ ୫ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ । ଏହାପରେ ନଡିଆ କ୍ଷୀର ପକାଇ ୨ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ । ଏହାପରେ ପୂର୍ବରୁ ମେରିନେଟ କରି ରଖିଥିବା ଚିଙ୍ଗୁଡିକୁ ପକାଇ ଘୋଡାଇ ଦିଅନ୍ତୁ। ଏହାକୁ ୧୦ ମିନିଟ ପାଇଁ ଏହିପରି ଛାଡି ଦିଅନ୍ତୁ। ୧୦ମିନିଟ୍ ପରେ ଗରମ୍ ଗରମ୍ ଭାତ ସହିତ ପରିବେଷଣ କରନ୍ତୁ ।[୮]
-
Chingri Macher Malai Curry
-
Chingri macher Malaicurry
-
Chingri Malai Curry
-
Prawn Malai
-
Spicy Malai Curry
ଆଧାର
[ସମ୍ପାଦନା]- ↑ "Prawn malai-curry (Bengali)". Times of India.
- ↑ "Lip-smacking Bengali dishes". Times of India.
- ↑ "10 Best Bengali Recipes". NDTV Food.
- ↑ Spice At Home. Bloomsbury Publishing. 22 January 2015. p. 224. ISBN 9781472910912.
- ↑ Fish: Food from the Waters (illustrated ed.). Oxford Symposium. 1 January 1998. p. 335. ISBN 9780907325895.
- ↑ "Chingri Malai Curry". NDTV Food.
- ↑ "Lobster Malay Curry". NDTV Food.
- ↑ "Recipe: Chingri Malaikari". Zee News.