ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
---|---|
ସ୍ଥାପିତ | ୨୬ ଜୁଲାଇ ୧୯୪୮ [୧] |
ବିସ୍ତାର | ଭାରତ |
ସ୍ଥାନ | କଟକ, ଓଡ଼ିଶା |
ସଂରଚନା | ଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିଶ୍ଚିତତା ସହିତ । |
ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
Decisions are appealed t o | ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ |
ବିଚାରପତି କାର୍ଯ୍ୟକାଳ | ୬୨ବର୍ଷ ବୟସ ପର୍ଯ୍ୟନ୍ତ |
ସଦସ୍ଯତା ସଂଖ୍ଯା | ୩୩ [୨] |
Website | http://www.orissahighcourt.nic.in |
ମୁଖ୍ୟ ବିଚାରପତି | |
ବର୍ତ୍ତମାନ | ଚକ୍ରଧାରୀ ଶରଣ ସିଂହ |
ନିଯୁକ୍ତି ଦିନ | ୦୭ ଫେବୃୟାରୀ ୨୦୨୪ |
ଓଡ଼ିଶା ଉଚ���ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା ।[୩] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା ଯାହା ପରବର୍ତ୍ତୀ ସମୟରେ ନୋଟିଫିକେସନ ତା ୨।୨।୨୦୨୨ଦ୍ୱାରା ୩୩କୁ ବୃଦ୍ଧି ପାଇଛି [୪][୫] ।୨୦୨୪ ମସିହା ଡିସେମ୍ବର ମାସ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧୯ ଜଣ ବିଚାରପତି କର୍ତ୍ତବ୍ୟରତ ।[୬]
ଇତିହାସ
[ସମ୍ପାଦନା]୧୯୩୬ରେ ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ) ଗଠନ ପୂର୍ବରୁ ଓଡ଼ିଶାର କେତେକାଂଶ ବଙ୍ଗଳା, କେତେକାଂଶ ବିହାର, କେତେକାଂଶ କେନ୍ଦ୍ରୀୟ ଓ ଆଉ କେତେକାଂଶ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ୧୯୧୬ ଫେବୃଆରୀ ୦୯ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା ବିଚାର ବ୍ୟବସ୍ଥା ଦୃଷ୍ଟିରୁ ପାଟଣା ଉଚ୍ଚନ୍ୟାୟାଳୟ ଅଧୀନକୁ ଚାଲିଗଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା । ବି��ିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବି କ୍ରମେ ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତାରିଖ: ୧୯୪୨ ଅଗଷ୍ଟ ୧୯)ଦ୍ୱାରା ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବା ପାଇଁ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ସି.ଏମ୍. ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାଶ ଓ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮ (Orissa High Court Order, 1948) ବଳରେ ୧୯୪୮ ଜୁଲାଇ ୨୬ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୭] ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ।[୮]
ଅଧିକାର କ୍ଷେତ୍ର
[ସମ୍ପାଦନା]ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୌଳିକ ଅଧିକାର କ୍ଷେତ୍ରସବୁ ହେଲା[୯]:
- ମୂଳ ଅଧିକାର କ୍ଷେତ୍ର:
ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ ମାଧ୍ୟମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିପାରିବେ ।
- ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର:
ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ (RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ । ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
- ପ୍ରଶାସନିକ ଅଧିକାର କ୍ଷେତ୍ର:
ଉଚ୍ଚନ୍ୟାୟାଳୟ ଏହା ଅଧୀନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବ୍ୟୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ମୁଖ୍ୟ ବିଚାରପତି
[ସମ୍ପାଦନା]ନିଯୁକ୍ତି ପ୍ରକ୍ରିୟା
[ସମ୍ପାଦନା]ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସେମାନେ ଏଥିପାଇଁ ବରିଷ୍ଠ ତଥା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରଙ୍କୁ ସୁପାରିଶ କରନ୍ତି । ଏହି କଲେଜିମ୍ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି (CJI) ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣ ବରିଷ୍ଠତମ ବିଚାରପତିଙ୍କୁ ନେଇ ଗଠିତ ହୋଇଥାଏ । ଏହି କଲେଜିମ୍ ଉଚ୍ଚ ନ୍ୟାୟାଳୟ କଲେଜିଅମର ପ୍ରସ୍ତାବଗୁଡ଼ିକ (ଯାହା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଦୁଇଜଣ ବରିଷ୍ଠତମ ବିଚାରପତିଙ୍କଦ୍ୱାରା ଚାଳିତ) ପୁନଃସମୀକ୍ଷା କରେ ଏବଂ କାହାକୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବା ଉଚିତ ସେଥିପାଇଁ ଶେଷ ନିଷ୍ପତ୍ତି ନେଉଥାଏ । ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲିଜିୟମର ସୁପାରିସ ଭାରତର ପ୍ରଧାନ ବିଚାରପତି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇବା ପରେ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସରକାରଙ୍କ ମତାମତ ଲୋଡିଥାଏ । ଏହାପରେ ରାଜ୍ୟ ସରକାରଙ୍କ ମତ ସହ ପ୍ରଧାନ ମନ୍ତ୍ରୀ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ ସହ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପ୍ରେରଣ କରନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ନିଯୁକ୍ତି ସଂପର୍କିତ ନୋଟିଫିକେସନ ଗେଜେଟରେ ପ୍ରକାଶ ପାଏ । [୧୦]
ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି । ବର୍ତ୍ତମାନର ୩୪ତମ ମୁଖ୍ୟ ��ିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ।
ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା[୧୧]:
# | ମୂଖ୍ୟ ବିଚାରପତିଙ୍କ ନାମ | କାର୍ଯ୍ୟକାଳ |
୧ | ଜଷ୍ଟିସ୍ ବୀର କିଶୋର ରାୟ | ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧ |
୨ | ଜଷ୍ଟିସ୍ ବି. ଜଗନ୍ନାଥ ଦାସ | ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩ |
୩ | ଜଷ୍ଟିସ୍ ଲିଙ୍ଗରାଜ ପାଣିଗ୍ରାହୀ | ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬ |
୪ | ଜଷ୍ଟିସ୍ ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ | 22 ମାର୍ଚ୍ଚ 1956 – 27 ଡିସେମ୍ବର 1964 |
୫ | ଜଷ୍ଟିସ୍ ଖଲୀଲ ଅହମଦ (ବିଚାରପତି) | 18 ଜାନୁଆରୀ 1965 – 5 ଅପ୍ରେଲ 1967 |
୬ | ଜଷ୍ଟିସ୍ ସତ୍ୟ ଭୂଷଣ ବର୍ମନ୍ | 6 ଅପ୍ରେଲ 1967 – 30 ଅପ୍ରେଲ 1969 |
୭ | ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର | 1 ମଇ 1969 – 30 ଅକ୍ଟୋବର 1975 |
୮ | ଜଷ୍ଟିସ୍ ଶିବ ନାରାୟଣ ଶଙ୍କର | 1 ନଭେମ୍ବର 1975–12 ଅକ୍ଟୋବର 1977 |
୯ | ଜଷ୍ଟିସ୍ ସୁକାନ୍ତ କିଶୋର ରାୟ | 13 ଅକ୍ଟୋବର 1977–4 ନଭେମ୍ବର 1980 |
୧୦ | ଜଷ୍ଟିସ୍ ରଙ୍ଗନାଥ ମିଶ୍ର | 16 ଜାନୁଆରୀ 1981 – 14 ମାର୍ଚ୍ଚ 1983 |
୧୧ | ଜଷ୍ଟିସ୍ ଡମ୍ବରୁଧର ପାଠକ | 11 ଅଗଷ୍ଟ 1983 – 28 ଫେବୃଆରୀ 1986 |
୧୨ | ଜଷ୍ଟିସ୍ ହରିଲାଲ ଅଗ୍ରୱାଲ | 1 ମଇ 1986 – 31 ଜୁଲାଇ 1989 |
୧୩ | ଜଷ୍ଟିସ୍ ବନୱାରୀଲାଲ ହଂସାରିଆ | 22 ଫେବୃଆରୀ 1990 – 13 ଡିସେମ୍ବର 1993 |
୧୪ | ଜଷ୍ଟିସ୍ ଗିରୀଶ ଠାକୁରଲାଲ ନାନାବତୀ | 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994 |
୧୫ | ଜଷ୍ଟିସ୍ ବଲ୍ଲଭଦାସ ଐଦାନ ମୋହତା | 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995 |
୧୬ | ଜଷ୍ଟିସ୍ ଶୈଳେନ୍ଦୁନାଥ ଫୁକନ୍ | 2 ଅଗଷ୍ଟ 1996 – 27 ଜାନୁଆରୀ 1999 |
୧୭ | ଜଷ୍ଟିସ୍ ବିଶ୍ୱନାଥ ଅଗ୍ରୱାଲା | 18 ନଭେମ୍ବର 1999–18 ଅକ୍ଟୋବର 2000 |
୧୮ | ଜଷ୍ଟିସ୍ ଏନ୍. ୱ।ଇ. ହନୁମନ୍ଥାପା | 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001 |
୧୯ | ଜଷ୍ଟିସ୍ ପି. କେ. ବାଲାସୁବ୍ରମଣ୍ୟନ | 5 ଡିସେମ୍ବର 2001 – 10 ମାର୍ଚ୍ଚ 2003 |
୨୦ | ଜଷ୍ଟିସ୍ ସୁଜିତ ବର୍ମନ ରାୟ | 9 ଅପ୍ରେଲ 2003 – 27 ଜାନୁଆରୀ 2007 |
୨୧ | ଜଷ୍ଟିସ୍ ଅଶୋକ କୁମାର ଗାଙ୍ଗୁଲୀ | 2 ମାର୍ଚ୍ଚ 2007 – 18 ମଇ 2008 |
୨୨ | ଜଷ୍ଟିସ୍ ବଲବୀର ସିଂ ଚୌହାନ | 16 ଜୁଲାଇ 2008 – 10 ମଇ 2009 |
କାର୍ଯ୍ୟକାରୀ | ଜଷ୍ଟିସ୍ ଆଇ. ଏମ୍. କୁଦୁସୀ | 11 ମଇ 2009 – 13 ନଭେମ୍ବର 2009 |
23 | ଜଷ୍ଟିସ୍ ବିଲାଲ୍ ନାଜକି | 14 ନଭେମ୍ବର 2009 – 17 ନଭେମ୍ବର 2009 |
୨୪ | ଜଷ୍ଟିସ୍ ଭି. ଗୋପାଲ ଗୌଡା | 25 ମାର୍ଚ୍ଚ 2010 - 26 ଫେବୃଆରୀ 2013 |
୨୫ | ଜଷ୍ଟିସ୍ ସି. ନାଗପ୍ପାନ | 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013 |
୨୬ | ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ | ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪ |
୨୭ | ଜଷ୍ଟିସ୍ ଅମିତାଭ ରୟ | ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫ |
୨୮ | ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ ୱାଘେଲା | ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬ |
କାର୍ଯ୍ୟକାରୀ | ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି | ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬ |
୨୯ | ଜଷ୍ଟିସ୍ ବିନୀତ ଶରଣ | ୨୬ ଫେବୃଆରୀ ୨୦୧୬[୧୨] - ୦୬ ଅଗଷ୍ଟ ୨୦୧୮ |
୩୦ | ଜଷ୍ଟିସ୍ କେ ଏସ୍ ଜାଭେରି | ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦ |
କାର୍ଯ୍ୟକାରୀ | ଜଷ୍ଟିସ୍ ସଞ୍ଜୁ ପଣ୍ଡା | ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦ |
୩୧ | ଜଷ୍ଟିସ୍ ମହମ୍ମଦ ରଫିକ୍ | ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧ |
୩୨ | ଜଷ୍ଟିସ୍ ଏସ୍. ମୁରଲୀଧର | ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩ |
୩୩ | ଜଷ୍ଟିସ୍ ଶୁଭାଶିଷ ତାଳପତ୍ର | ୮ ଅଗଷ୍ଟ ୨୦୨୩ - ୩ ଅକ୍ଟୋବର ୨୦୨୩ |
କାର୍ଯ୍ୟକାରୀ[୧୩] | ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ | ୦୪ ଅକ୍ଟୋବର ୨୦୨୩ - ୦୬ ଫେବୃଆରୀ ୨୦୨୪ |
୩୪ | ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ | ୦୭ ଫେବୃଆରୀ ୨୦୨୪ - ୧୯ ଜାନୁଆରୀ ୨୦୨୫ |
କାର୍ଯ୍ୟକାରୀ[୧୪][୧୫] | ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା | ୨୦ ଜାନୁଆଆରୀ ୨୦୨୫ - |
ଓଡ଼ିଶା ଉଚ୍ଚ ନ୍ୟାୟାଳୟର କର୍ତ୍ତବ୍ୟରତ ବିଚାରପତିଙ୍କ ତାଲିକା(ବରିଷ୍ଠତା କ୍ରମେ)
[ସମ୍ପାଦନା]# | Judge | Date of appointment | Date of retirement |
---|---|---|---|
1 | ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ | 20 June 2013 | 19 July 2024 (୧୯।୦୭।୨୦୨୪ରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୬] |
2 | ଜଷ୍ଟିସ ଅରିନ୍ଦମ୍ ସିହ୍ନା | 30 October 2013 | 21 September 2027 |
3 | ଜଷ୍ଟିସ ଦେବବ୍ରତ ଦାଶ (ବିଚାରପତି) | 29 November 2013 | 11 October 2024 ( ୧୧ ଅକ୍ଟୋବରରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୭] |
4 | ଜଷ୍ଟିସ ସଙ୍ଗମ କୁମାର ସାହୁ | 2 July 2014 | 4 June 2026 |
5 | ଜଷ୍ଟିସ କୃଷ୍ଣ ରାମ ମହାପାତ୍ର | 17 April 2015 | 17 April 2027 |
6 | ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ | 8 November 2019 | 31 January 2032 |
7 | ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ | 10 February 2020 | 28 July 2034 |
8 | ଜଷ୍ଟିସ ସାବିତ୍ରୀ ରଥ | 11 June 2020 | 3 July 2030 |
9 | ଜଷ୍ଟିସ ମୃଗାଙ୍କ ଶେଖର ସାହୁ | 19 October 2021 | 6 September 2033 |
10 | ଜଷ୍ଟିସ ରାଧା କୃଷ୍ଣ ପଟ୍ଟନାୟକ | 19 October 2021 | 24 October 2032 |
11 | ଜଷ୍ଟିସ ଶଶୀକାନ୍ତ ମିଶ୍ର | 19 October 2021 | 16 January 2029 |
12 | ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର | 5 November 2021 | 25 February 2031 |
13 | ଜଷ୍ଟିସ ଭି. ନରସିଂହ | 14 February 2022 | 18 January 2029 |
14 | ଜଷ୍ଟିସ ବିରଜା ପ୍ରସନ୍ନ ସତପଥୀ | 14 February 2022 | 19 August 2028 |
15 | ଜଷ୍ଟିସ ମୁରାହରି ଶ୍ରୀ ରମଣ | 14 February 2022 | 7 June 2032 |
16 | ଜଷ୍ଟିସ ସଞ୍ଜୟ କୁମାର ମିଶ୍ର | 10 June 2022 | 13 November 2029 |
17 | ଜଷ୍ଟିସ ଗୌରୀଶଙ୍କର ସତପଥି | 13 August 2022 | 24 April 2034 |
18 | ଜଷ୍ଟିସ ଚିତ୍ତରଞ୍ଜନ ଦାଶ | 13 August 2022 | 11 November 2026 |
19 | ଜଷ୍ଟିସ ଶିବଶଙ୍କର ମିଶ୍ର | 5 September 2023 | |
20 | ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା | 5 September 2023 |
ଅନନ୍ୟ ପ୍ରକଳ୍ପ
[ସମ୍ପାଦନା]ନ୍ୟାୟ ଘଡ଼ି
[ସମ୍ପାଦନା]ଜାତୀୟ ନ୍ୟାୟିକ ତଥ୍ୟ ଭଣ୍ଡାର(National Judicial Data Grid - NJDG)ଦ୍ୱାରା ସୃଷ୍ଟି ହୋଇଥିବା ତଥ୍ୟଭଣ୍ଡାରକୁ କାର୍ଯ୍ୟକ୍ଷମ ଭାବରେ ବ୍ୟବହାର କରିବା ଏବଂ ଏହାକୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ, LED ପ୍ରଦର୍ଶନୀ ସନ୍ଦେଶ ସାଇନ୍ ବୋର୍ଡ୍ ବା ନ୍ୟାୟ ଘଡ଼ି ସ୍ଥାପିତ ହୋଇଛି । ଏହି ନ୍ୟାୟ ଘଡିର ଉଦ୍ଦେଶ୍ୟ ହେଉଛି ଅଦାଲତି କାରବାର ସହିତ ସାଧାରଣ ଲୋକଙ୍କ ଜଣାଶୁଣା ବୃଦ୍ଧି କରିବା, ବିଭିନ୍ନ ଯୋଜନାମାନଙ୍କ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ।[୧୮]
ନ୍ୟାୟ ସଂଗ୍ରହାଳୟ
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟାଳୟଦ୍ୱାରା ପ୍ରତିଷ୍ଠିତ ନ୍ୟାୟ ସଂଗ୍ରହାଳୟରେ ଓଡ଼ିଶାର ନ୍ୟାୟପାଳିକାର ବ୍ରିଟିଶ ସାମ୍ରାଜ୍ୟଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଆଇନ ବ୍ୟବସ୍ଥା ସହିତ ଜଡିତ ବିଭିନ୍ନ ଜିନିଷ ପ୍ରଦର୍ଶିତ ହୋଇଛି । ଏହି ସଂଗ୍ରହାଳୟ ଓଡ଼ିଶାର ଆଇନ ବ୍ୟବସ୍ଥାର ବିବର୍ତ୍ତନକୁ ପ୍ରଦର୍ଶିତ କରେ ।[୧୯]
ନ୍ୟାୟିକ ଅଭିଲେଖାଗାର
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟାଳୟଦ୍ୱାରା ପ୍ରତିଷ୍ଠିତ ଓଡ଼ିଶା ନ୍ୟାୟିକ ଅଭିଲେଖାଗାର ହେଉଛି ଓଡ଼ିଶାର ପୁରାତନ ତଥା ବିରଳ ନ୍ୟାୟିକ ନଥିପତ୍ର ସହ ଓଡ଼ିଶାର ନ୍ୟାୟିକ ଇତିହାସକୁ ଶୃଙ୍ଖଳିତ ତଥା ବୈଜ୍ଞାନିକ ଉପାୟରେ ସାଇତି ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଶେଷ ପ୍ରକଳ୍ପ ।[୨୦]
ଆଧାର
[ସମ୍ପାଦନା]- ↑ http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
- ↑ "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013.
the strength of judges in the Orissa High Court has gone up to 12 though 10 posts are still vacant
[permanent dead link] - ↑ "Historical Perspective" (PDF). www.orissahighcourt.nic.in. Retrieved 24 December 2024.
- ↑ "Annual Report 2022" (PDF). www.orissahighcourt.nic.in. Retrieved 21 December 2024.
- ↑ Bureau, KalingaTV (2022-02-09). "Number Of Judges In Orissa High Court Rises To 33". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-21.
- ↑ "Judges | Orissa High Court, Cuttack". www.orissahighcourt.nic.in. Retrieved 2024-12-24.
- ↑ http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
- ↑ "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
- ↑ "Jurisdiction, Powers and Control of High Court". Retrieved 23 June 2018.
- ↑ "Memorandum of procedure of appointment of High Court Judges | Department of Justice | India". doj.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-24.
- ↑ http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
- ↑ "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.
- ↑ "Order of appointment". doj.gov.in. Retrieved 21 December 2024.
- ↑ Singh, Ratna (2025-01-18). "Justice Arindam Sinha to take over as Acting Chief Justice of Orissa High Court". Bar and Bench - Indian Legal news (in ଇଂରାଜୀ). Retrieved 2025-01-19.
- ↑ "Order of Shri Justice Arindam Sinha, Judge of Orissa High Court as Acting Chief Justice of Orissa High Court w.e.f. 20.01.2025 (17.01.2025) | Department of Justice | India" (in ଇଂରାଜୀ). Retrieved 2025-01-19.
- ↑ Sucheta (2024-07-19). "Dr Justice Bidyut Ranjan Sarangi, Chief Justice of Jharkhand High Court, bids farewell after a brief tenure of 15 days". SCC Times (in ଆମେରିକୀୟ ଇଂରାଜୀ). Retrieved 2024-12-21.
- ↑ HIGH COURT OF ORISSA (2024-10-11), 09-10-2024- Full Court Reference for bidding farewell to Hon'ble Mr. Justice Debabrata Dash, retrieved 2024-12-24
- ↑ "Justice Clock | Department of Justice | India" (in ଇଂରାଜୀ). Retrieved 2025-01-15.
- ↑ "Museum of Justice". odishatourism.gov.in (in ଇଂରାଜୀ). Retrieved 2025-01-15.
- ↑ "Judicial Archives". 112.133.226.244. Retrieved 2025-01-15.
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |