ଆକ୍ଟିନିକ କେରାଟୋସିସ
Actinic keratosis | |
---|---|
Solar keratosis, senile keratosis, keratinocytic intraepithelial neoplasia[୧] | |
ବିଭାଗ | Dermatology |
ଲକ୍ଷଣ | Well-defined scaly hard or warty bumps on sun-exposed skin, bleeds easily[୨][୩] |
ଆକ୍ରାନ୍ତ ସମୟ | Age > 50 years[୨] |
ବିପଦ କାରକ | Long-term sun exposure, fair-skinned, poor immune function, arsenic exposure[୧][୨][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | By its appearance, dermoscopy, skin biopsy[୨] |
ସଠିକ ରୋଗ ନିର୍ଣ୍ଣୟ | Cutaneous lupus erythematosis, pemphigus foliaceus, erosive pustular dermatosis of the scalp, basal cell carcinoma, squamous cell skin cancer[୨] |
ପ୍ରତିକାର | Sunscreen, low-fat diet[୨] |
ଚିକିତ୍ସା | Cryotherapy; 5-FU, imiquimod, tretinoin, or adapalene cream; photodynamic therapy[୨] |
Prognosis | Untreated 8-20% become skin cancer[୩] |
ପୁନଃପୌନିକ | Common;[୫] males>females[୧] |
Patient UK | Actinic keratosis |
ଆକ୍ଟିନିକ କେରାଟୋସିସ (ଇଂରାଜୀ ଭାଷାରେ Actinic keratosis/ AK), ଯାହାକୁ ସୋଲାର କେରାଟୋସିସ ମଧ୍ୟ କୁହାଯାଏ, ଏହା ଏକ ପ୍ରାକ-କର୍କଟ ଚର୍ମ ରୋଗ ଯାହା ସ୍କ୍ୱାମସ ସେଲ ଚର୍ମ କର୍କଟରେ ପରିଣତ ହୋଇପାରେ କିମ୍ବା ବିନା ଚିକିତ୍ସାରେ ଭଲ ହୋଇ ଯାଇପାରେ ।[୧] ସେଗୁଡ଼ିକ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ଦେହର ଅଂଶରେ ଦେଖାଯାଏ ଯେପରି ମୁଣ୍ଡରେ, ବାହୁରେ ଏବଂ ହାତର ପଛପାଖରେ ଉପସ୍ଥିତ ହୁଅନ୍ତି ।[୨] ଏଗୁଡ଼ିକର ବାହ୍ୟ ଭାଗ ତୀବ୍ର ହୋଇ ଭଲ ଭାବରେ ଦେଖାଯାଏ; ନାଲି ଚର୍ମ ରଙ୍ଗ, କିମ୍ବା ପିଗମେଣ୍ଟେଡ; କଠିନ କିମ୍ବା ୱାର୍ଟି (warty); ଚିକ୍କଣ, ଚକଚକିଆ, କି���୍ବା କାତି ଆକାରର ଫୁଲା ହୋଇପାରେ ।[୨] ବ୍ୟକ୍ତିଗତ ଦାଗଗୁଡିକ ସାଧାରଣତ 0.୨ ସେମିରୁ ୧ ସେମି ପର୍ଯ୍ୟନ୍ତ ଆକାରରେ ଥାଏ ।[୧] ହାଇପରଟ୍ରୋଫିକ ପ୍ରକାରରେ ଶିଙ୍ଗ ସୃଷ୍ଟି ହୋଇପାରେ ।[୨] ସାଧାରଣତଃ ଏଥିରେ ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ; ଏହାକୁ ରାମ୍ପିଲେ ରକ୍ତସ୍ରାବ ହୋଇପାରେ ।[୬]
ଦୀର୍ଘକାଳୀନ ଅଲଟ୍ରାଭାଇଓଲେଟ୍ (UV) ଆଲୋକ ସଂସ୍ପର୍ଶ ଯୋଗୁ ଏହା ହୁଏ ।[୪] ବିପଦପୂର୍ଣ୍ଣ କାରଣଗୁଡ଼ିକ ହେଉଛି ��ୋରା ଚର୍ମ, ଅଧିକ ସୂର୍ଯ୍ୟ କିରଣ ସଂସ୍ପର୍ଶ, ଦୁର୍ବଳ ପ୍ରତିରକ୍ଷା ଏବଂ ଆର୍ସେନିକ ସଂସ୍ପର୍ଶ ।[୧] [୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅଲଟ୍ରାଭାୟୋଲେଟ ଆଲୋକଦ୍ୱାରା ଡିଏନଏ କ୍ଷତିଗ୍ରସ୍ତ ହେବାରୁ ଏହା ସୃଷ୍ଟି ହୁଏ ।[୭] ସାଧାରଣତଃ ଏହାର ରୂପ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ; ଯଦିଓ ରୋଗ ଅସ୍ପଶ୍ଟ ଥିଲେ ବାୟୋପ୍ସି କିମ୍ବା ହିଷ୍ଟୋଲୋଜିକ୍ ପରୀକ୍ଷଣ ସହିତ ଏହାକୁ ବାହାର କରିଦିଆଯାଇପାରେ | [୭] [୨] ଅନ୍ୟାନ୍ୟ ସମାନ ଅବସ୍ଥା ଦେଖାଯାଉ ଥିବା ରୋଗ ମଧ୍ୟରେ ଲୁପସ୍, ପେମ୍ଫିଗସ୍ ଫୋଲିଆସେଅସ୍, ତ୍ୱଚାର କ୍ଷତିକାରକ ପୁସ୍ଚୁଲାର୍ ଡର୍ମାଟୋସିସ୍ ଏବଂ ବାସାଲ୍ ସେଲ କାର୍ସିନୋମା ହୋଇପାରେ ।[୨]
ଏକାଧିକ ଚିକିତ୍ସା ଉପଲବ୍ଧ ।[୭] କ୍ରାୟୋଥୋଥେରାପି କଲେ ପ୍ରାୟ ୭୫% ଉପଶମ ହାର ସହିତ ବ୍ୟବହୃତ ହୁଏ; ଅବଶ୍ୟ ଏଥିରେ ଅବାଞ୍ଛିତ ଚର୍ମ ରଙ୍ଗ ହାଲୁକା ହୋଇପାରେ ।[୩] [୮] 5-ଫ୍ଲୋରୋୟୁରୋସିଲ୍ କିମ୍ବା ଇମିକ୍ୟୁମୋଡ ଭଳି ଟପିକାଲ୍ କ୍ରିମ୍ ବଡ଼ ଆକାରର ରୋଗକୁ ଭଲ କରିଦେଇପାରେ ।[୯] [୧୦] ଚର୍ମର ଏକ ଅଞ୍ଚଳରେ ଅନେକ କ୍ଷତ ପାଇଁ ଫୋଟୋଡାଇନାମିକ୍ ଥେରାପି (PDT) ଅନ୍ୟ ଏକ ବିକଳ୍ପ ।[୫] ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ୮-୨୦% ସ୍କ୍ୱାମସ୍ ସେଲ୍ ଚର୍ମ କର୍କଟରେ ପରିଣତ ହୁଏ ।[୩] [୧୧]
ଆକ୍ଟିନିକ କେରାଟୋସିସ ଏକ ସାଧାରଣ ରୋଗ ଅଟେ ।[୫] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ବୟସ ବଢ଼ିବା ସହିତ ସେମାନେ ଅଧିକ ସାଧାରଣ ହୁଅନ୍ତି, ସାଧାରଣତ ୫୦ ବର୍ଷରୁ ଅଧିକ ବୟସରେ ଆରମ୍ଭ ହୁଏ ।[୧] [୨] ଅନ୍ୟାନ୍ୟ କାରଣଗୁଡ଼ିକ ସମାନ ହେବା ସହିତ ଏହା ସାଧାରଣତଃ ବିଷୁବରେଖା ନିକଟରେ ଅଧିକ ଦେଖାଯାଏ ।[୧୨] ଏହି ଅବସ୍ଥା ୧୮୯୬ ମସିହାରେ ୱିଲିୟମ୍ ଡୁବ୍ରେଉଏଲ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।[୧୩] ବର୍ତ୍ତମାନର ନାମ ପିଙ୍କସ୍ (Pinkus)ଦ୍ୱାରା ୧୯୫୮ ମସିହାରୁ ଆରମ୍ଭ ହୋଇଛି ।[୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ DE, Elder; D, Massi; RA, Scolyer; R, Willemze (2018). "Premalignant keratoses: Actinic keratosis". WHO Classification of Skin Tumours (in ଇଂରାଜୀ). Vol. 11 (4th ed.). Lyon (France): World Health Organization. pp. 51–53. ISBN 978-92-832-2440-2. Archived from the original on 2022-07-11. Retrieved 2022-08-13.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "29. Epidermal nevi, neoplasms and cysts". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. pp. 644–645. ISBN 978-0-323-54753-6. Archived from the original on 2023-10-19. Retrieved 2023-09-25.
- ↑ ୩.୦ ୩.୧ ୩.୨ ୩.୩ Johnstone, Ronald B. (2017). "31. Tumors of the epidermis". Weedon's Skin Pathology Essentials (2nd ed.). Elsevier. p. 513. ISBN 978-0-7020-6830-0. Archived from the original on 2023-10-19. Retrieved 2023-09-25.
- ↑ ୪.୦ ୪.୧ Rapini, Ronald P. (2021). "1. Clinical and pathologic findings with differential diagnostic lists". Practical Dermatopathology (in ଇଂରାଜୀ) (Third ed.). Philadelphia: Elsevier. p. 33. ISBN 978-0-323-41788-4. Archived from the original on 2023-10-19. Retrieved 2023-09-25.
- ↑ ୫.୦ ୫.୧ ୫.୨ Werner RN, Stockfleth E, Connolly SM, Correia O, Erdmann R, Foley P, Gupta AK, Jacobs A, Kerl H, Lim HW, Martin G, Paquet M, Pariser DM, Rosumeck S, Röwert-Huber HJ, Sahota A, Sangueza OP, Shumack S, Sporbeck B, Swanson NA, Torezan L, Nast A (November 2015). "Evidence- and consensus-based (S3) Guidelines for the Treatment of Actinic Keratosis - International League of Dermatological Societies in cooperation with the European Dermatology Forum - Short version". Journal of the European Academy of Dermatology and Venereology. 29 (11): 2069–79. doi:10.1111/jdv.13180. PMID 26370093.
- ↑ Quick, Clive R. G.; Biers, Suzanne; Arulampalam, Tan (2019). "46. Disorders of the skin". Essential Surgery: Problems, Diagnosis and Management (in ଇଂରାଜୀ) (6th ed.). Edinburgh: Elsevier. p. 590. ISBN 978-0-7020-7631-2. Archived from the original on 2023-10-19. Retrieved 2023-09-25.
- ↑ ୭.୦ ୭.୧ ୭.୨ "Actinic keratosis - Symptoms, diagnosis and treatment | BMJ Best Practice". bestpractice.bmj.com. Archived from the original on 2019-11-11. Retrieved 2019-11-25.
- ↑ Ibrahim SF, Brown MD (July 2009). "Actinic keratoses: a comprehensive update". The Journal of Clinical and Aesthetic Dermatology. 2 (7): 43–8. PMC 2924136. PMID 20729970.
- ↑ Ton, Joey (29 January 2018). "#204 Actinic Keratosis: Out Damned Spot!". CFPCLearn. Archived from the original on 25 March 2023. Retrieved 16 June 2023.
- ↑ Szeimies RM, Torezan L, Niwa A, Valente N, Unger P, Kohl E, Schreml S, Babilas P, Karrer S, Festa-Neto C (July 2012). "Clinical, histopathological and immunohistochemical assessment of human skin field cancerization before and after photodynamic therapy". The British Journal of Dermatology. 167 (1): 150–9. doi:10.1111/j.1365-2133.2012.10887.x. PMID 22329784.
- ↑ Quaedvlieg PJ, Tirsi E, Thissen MR, Krekels GA (2006). "Actinic keratosis: how to differentiate the good from the bad ones?". European Journal of Dermatology. 16 (4): 335–9. PMID 16935787. Archived from the original on 2019-12-15. Retrieved 2021-09-24.
- ↑ ୧୨.୦ ୧୨.୧ Reinehr, CPH; Bakos, RM (November 2019). "Actinic keratoses: review of clinical, dermoscopic, and therapeutic aspects". Anais brasileiros de dermatologia. 94 (6): 637–657. doi:10.1016/j.abd.2019.10.004. PMID 31789244.
- ↑ Ackerman, A.B.; Mones, J.M. (July 2006). "Solar (actinic) keratosis is squamous cell carcinoma: Solar (actinic) keratosis is squamous cell carcinoma". British Journal of Dermatology. 155 (1): 9–22. doi:10.1111/j.1365-2133.2005.07121.x. PMID 16792746.