ଏମ୍. କରୁଣାନିଧି
ଏମ୍. କରୁଣାନିଧି | |
---|---|
ତାମିଲନାଡୁର ୨ୟ ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୧୩ ମଇ ୨୦୦୬ – ୧୫ ମଇ ୨୦୧୧ | |
ରାଜ୍ୟପାଳ | ସୁରଜିତ ସିଂହ ବର୍ଣ୍ଣାଲା (୨୦୦୬-୨୦୧୧) |
Deputy | ଏମ. କେ. ଷ୍ଟାଲିନ (୨୦୦୯–୨୦୧୧) |
ପୂର୍ବ ଅଧିକାରୀ | ଜେ. ଜୟଲଳିତା |
ପର ଅଧିକାରୀ | ଜେ. ଜୟଲଳିତା |
ନିର୍ବାଚନ ମଣ୍ଡଳୀ | ଚେପୌକ |
କାର୍ଯ୍ୟକାଳ ୧୩ ମଇ ୧୯୯୬ – ୧୩ ମଇ ୨୦୦୧ | |
ରାଜ୍ୟପାଳ | ମାରି ଚେନ୍ନା ରେଡ୍ଡୀ (1996) କୃଷ୍ଣ କାନ୍ତ (ଅତିରିକ୍ତ ଭାର) (୧୯୯୬-୧୯୯୭) ଏମ. ଫାତିମା ବିବି (୧୯୯୭-୨୦୦୧) |
ପୂର୍ବ ଅଧିକାରୀ | ଜେ. ଜୟଲଳିତା |
ପର ଅଧିକାରୀ | ଜେ. ଜୟଲଳିତା |
ନିର୍ବାଚନ ମଣ୍ଡଳୀ | ଚେପୌକ |
କାର୍ଯ୍ୟକାଳ ୨୭ ଜାନୁଆରୀ ୧୯୮୯ – ୩୦ ଜାନୁଆରୀ ୧୯୯୧ | |
ରାଜ୍ୟପାଳ | ପି. ସି. ଆଲେକଜ୍ୟାଣ୍ଡର (୧୯୮୯-୧୯୯୦) ସୁରଜିତ ସିଂହ ବର୍ଣ୍ଣାଲା (୧୯୯୦-୧୯୯୧) |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
ନିର୍ବାଚନ ମଣ୍ଡଳୀ | ଚେନ୍ନାଇ ହାର୍ବର |
କାର୍ଯ୍ୟକାଳ ୧୦ ଫେବୃଅରୀ ୧୯୬୯ – ୩୧ ଜାନୁଆରୀ ୧୯୭୬ | |
ରାଜ୍ୟପାଳ | ଉଜ୍ଜଳ ସିଂହ (୧୯୬୯-୧୯୭୧) କୋଡାରଦାସ କାଳୀଦାସ ଶାହ (୧୯୭୧-୧୯୭୬) |
ପୂର୍ବ ଅଧିକାରୀ | ଭି. ଆର. ନେଦୁଚେଞ୍ଜିଆନ (କାର୍ଯ୍ୟକାରୀ) |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
ନିର୍ବାଚନ ମଣ୍ଡଳୀ | ସଦାଇପେଟ |
ତାମିଲନାଡୁ ରାଜ୍ୟ ବିଧାନ ପରିଷଦରେ ବିରୋଧୀଦଳ ନେତା | |
କାର୍ଯ୍ୟକାଳ ୨୫ ଜୁଲାଇ ୧୯୭୭ – ୧୮ ଅଗଷ୍ଟ ୧୯୮୩ | |
ମୁଖ୍ୟମନ୍ତ୍ରୀ | ଏମ. ଜି. ରାମଚନ୍ଦ୍ରନ |
ପୂର୍ବ ଅଧିକାରୀ | ଆର. ପୋନ୍ନାପ୍ପାନ ନାଡାର |
ପର ଅଧିକାରୀ | କେ. ଏସ. ଜି. ହାଜା ସରିଫ |
ନିର୍ବାଚନ ମଣ୍ଡଳୀ | ଆନ୍ନା ନଗର |
ଦ୍ରାବିଡ଼ ମୁନ୍ନେତ୍ରା କାଳାଗାମର ସଭାପତି | |
କାର୍ଯ୍ୟକାଳ ୨୭ ଜୁଲାଇ ୧୯୬୯ – ୭ ଅଗଷ୍ଟ ୨୦୧୮ | |
ପୂର୍ବ ଅଧିକାରୀ | ପଦବୀରେ ଥିଲେ |
ପର ଅଧିକାରୀ | ଏମ. କେ. ଷ୍ଟାଲିନ |
ତାମିଲନାଡୁ ରାଜ୍ୟ ବିଧାନ ପରିଷଦର ସଭ୍ୟ | |
କାର୍ଯ୍ୟକାଳ ୨୭ ଜାନୁଆରୀ ୧୯୮୯ – ୭ ଅଗଷ୍ଟ ୨୦୧୮ | |
ନିର୍ବାଚନ ମଣ୍ଡଳୀ | ଚେନ୍ନାଇ ହାର୍ବର (୧୯୮୯-୧୯୯୬) ଚେପୌକ (୧୯୯୬-୨୦୧୧) ତିରୁଭାରୁର (୨୦୧୧-୨୦୧୮) |
କାର୍ଯ୍ୟକାଳ ୧ ଅପ୍ରେଲ ୧୯୫୭ – ୧୮ ଅଗଷ୍ଟ ୧୯୮୩ | |
ନିର୍ବାଚନ ମଣ୍ଡଳୀ | କୁଲିତାଲାଇ (୧୯୫୭-୧୯୬୨) Thanjavur (1962-1967) Saidapet (1967-1977) Anna Nagar (1977-1983) |
Member of the Tamil Nadu Legislative Council | |
କାର୍ଯ୍ୟକାଳ 30 March 1984[୧] – 1 November 1986[୨] | |
Chief Minister | M. G. Ramachandran |
ପୂର୍ବ ଅଧିକାରୀ | K. A. Krishnasway |
ପର ଅଧିକାରୀ | position abolished |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Muthuvel Karunanidhi ୩ ଜୁନ ୧୯୨୪ ତିରୁକୁବାଲାଇ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ ( ବର୍ତ୍ତମାନର ନାଗପଟ୍ଟିନମ୍ ଜିଲ୍ଲା, ତାମିଲନାଡ଼ୁ, ଭାରତ) |
ମୃତ୍ୟୁ | ୭ ଅଗଷ୍ଟ ୨୦୧୮[୩] ଚେନ୍ନାଇ, ତାମିଲନାଡ଼ୁ, ଭାରତ | (ବୟସ ୯୪)
ସମାଧି ସ୍ଥଳ | କଳାଇଗନାର କରୁଣାନିଧି ନିନାଇଭିଦମ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଦ୍ରାବିଡ଼ ମୁନ୍ନେତ୍ର କଳଗମ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜଷ୍ଟିସ ପାର୍ଟି, ଦ୍ରାବିଡ଼ କଳଗମ (୧୯୪୯ ଆଗରୁ) |
ଜୀବନ ସାଥୀ |
|
ସନ୍ତାନ | ୬, ଏମ. କେ. ମୁତୁ, ଏମ. କେ. ଆଳାଗିରି, ଏମ. କେ. ଷ୍ଟାଲିନ ଏବଂ କନିମୋଳି କରୁଣାନିଧି |
ସମ୍ପର୍କୀୟ | କରୁଣାନିଧି ପରିବାର |
ଘର |
|
ପୁରସ୍କାର | ସମ୍ମାନସୂଚକ ଡକ୍ଟରେଟ (୧୯୭୧) |
ସନ୍ତକ | ଫାଇଲ:Karunanidhi Signature.svg |
ୱେବସାଇଟ | kalaignar |
ଡାକ ନାମ | କଳାଇଗନାର, ମୁତ୍ତାମିଳ ଆରିଗନାର |
En uyirinum melana anbu udan pirappukkale ("ମୋ ଜୀବନରୁ ଉର୍ଦ୍ଧ୍ୱରେ ଥିବା ମୋ ପ୍ରିୟ ଭାଇମାନେ") |
ମୁଥୁବେଲ କରୁଣାନିଧି (୩ ଜୁନ ୧୯୨୪ – ୭ ଅଗଷ୍ଟ ୨୦୧୮; କଳାଇଙ୍ଗର ଭାବରେ ଜଣାଶୁଣା), ଜଣେ ଭାରତୀୟ ରାଜନୈତିଜ୍ଞ ଯିଏକି ୧୯୬୯ରୁ ୨୦୧୧ ମଧ୍ୟରେ ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ଦ୍ରାବିଡ଼ ଲୋକଙ୍କର ଜଣେ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୦ ଥର ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ରାଜନୈତିକ ଦଳର ସଭାପତି ଥିଲେ । ସେ ରାଜନୀତିରେ ପ୍ରବେଶ କରିବା ଆଗରୁ ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରୁଥିଲେ । ସେ ତାମିଲ ସାହିତ୍ୟ ପାଇଁ ମଧ୍ୟ ଗପ, ନାଟକ, ଉପନ୍ୟାସ ଆଦି ରଚନା କରିଛନ୍ତି ।[୪][୫] କରୁଣାନିଧି ୭ ଅଗଷ୍ଟ ୨୦୧୮ରେ ଚେନ୍ନାଇର କାବେରୀ ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୩]
ପରିବାର
[ସମ୍ପାଦନା]କୁରଣାନିଧି ନାଗପଟ୍ଟିନମ୍ ଜିଲ୍ଲାର ତିରୁକୁବାଲାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳୁ ନାଟକ, କବିତା, ସାହିତ୍ୟ ପ୍ରତି ଆକୃଷ୍ଟ ଥିଲେ ଏବଂ ସ୍କୁରେ ପଢ଼ିବାବେଳୁ ମାତ୍ର ୧୪ ବର୍ଷ ବୟସରୁ ଅନେକ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ ।[୬]
ସାହିତ୍ୟ ଏବଂ କଳା
[ସମ୍ପାଦନା]କରୁଣାନିଧି ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ ।[୭] ତାଙ୍କ ଚିତ୍ରନାଟ୍ୟର ପ୍ରଥମ ଚଳଚ୍ଚିତ୍ର ରାଜକୁମାରୀ ୧୯୪୭ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଅନେକ କିଛି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ରଚନା କରିଥିଲେ । ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ପରଶକ୍ତି ଥିଲା ତାଙ୍କର ସବୁଠାରୁ ଲୋକପ୍ରିୟ ରଚନା ।[୮] ଏହି ଚଳଚ୍ଚିତ୍ରଟି ତାମିଲ କଥାଚିତ୍ର ଜଗତକୁ ଲୋକପ୍ରିୟତା ଦେଇଥିଲା ।[୯] ଏହି ଚଳଚ୍ଚିତ୍ରଟିର କାହାଣୀରେ ହିନ୍ଦୁଧର୍ମ ଏବଂ ବ୍ରାହ୍ମଣ ସମାଜ ଉପରେ କିଛି କଟାକ୍ଷ ଥିବାରୁ ଏହାକୁ ଅନେକ ବିରୋଧ ମଧ୍ୟ କରିଥିଲେ ।[୧୦]
ଲିଖନ ଶୈଳୀ
[ସମ୍ପାଦନା]କରୁଣାନିଧି ତାଙ୍କର ବୁଦ୍ଧି ଏବଂ ବ୍ୟାଖାତ୍ମକ କୌଶଳ ଯୋଗୁଁ ବହୁତ କମ ଦିନରେ ଜଣେ ଲୋକପ୍ରିୟ ରାଜନୈତିଜ୍ଞ ହୋଇପାରିଥିଲେ । ତାଙ୍କର ରଚିତ କଥାଚିତ୍ରଟିର ନାଟକଗୁଡ଼ିକ ବଡ଼ ସାମାଜିକ ବର୍ତ୍ତା ଦେଉଥିଲା ଯାହାକି ଅଧିକ ଲୋକପ୍ରିୟ ହେଉଥିଲା । ଏମିତିକି ତାଙ୍କ ରଚିତ କିଛି ନାଟକ ମଧ୍ୟ ଅନେକ ସମୟରେ ବିରୋଧର ଶିକାର ହୋଇଥିଲା । ୧୯୫୦ ମସିହାରେ ତାଙ୍କ ରଚିତ ଦୁଇଟି ନାଟକ ମଧ୍ୟ ବେଆଇନ ଘୋଷଣା କରିଦିଆଯାଇଥିଅଲ ।[୯] ତାଙ୍କ ରଚନା ଶୈଳୀ ମୁଖ୍ୟତଃ ଐତିହାସିକ ଏବଂ ସମାଜରେ ଚାଲୁଥିବା କୁସଂସ୍କାରକୁ ବିରୋଧ କରି ହୋଇଥାଏ, ଯାହାକି ସମାଜରେ ଅଧିକ ପ୍ରସାରିତ ହୋଇଥିଲା ଏବଂ ତାଙ୍କର କିଛି ରଚନା ମଧ୍ୟ ଦ୍ରାବିଡ଼ ଆନ୍ଦୋଳନରେ ସାମିଲ ହୋଇଥିଅଲ । ରାଜନୀତିରେ ପ୍ରବେଶ କରିବା ପରେ ମଧ୍ୟ ସେ ତାମିଲ ଚଳଚ୍ଚିତ୍ର ଜରିଆରେ ବିଭିନ୍ନ ରାଜନୈତିକ ଚିନ୍ତାଧାରା ପ୍ରସାର କରାଇବାରେ ଲାଗିଥିଲେ ।
ରାଜନୀତି
[ସମ୍ପାଦନା]କରୁଣାନିଧି ୧୪ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ସେ ଜଷ୍ଟିସ୍ ପାର୍ଟିର ଅଲାଗିରିସ୍ୱାମୀଙ୍କର ଭାଷଣରେ ମୋହିତ ହୋଇ ହିନ୍ଦୀ ବିରୋଧି ଆନ୍ଦୋଳନରେ ଯୋଗଦେଇଥିଲେ । ପରେ ସେ ତାଙ୍କର ଅଞ୍ଚଳ ପାଇଁ ସ୍ଥାନୀୟ ଯୁବକମାନଙ୍କୁ ଏକାଠି କରି ଏକ ସଂସ୍ଥା ଆରମ୍ଭ କରିଥିଲେ । ସେ ସେହି ସଦସ୍ୟମାନଙ୍କୁ ମାନବର ନେସନ୍ ନାମକ ଏକ ହାତଲେଖା ଖବରକାଗଜ ବାଣ୍ଟୁଥିଲେ । ଏହାପରେ ସେ ନିଜର ଏକ ଖବରକାଗଜ ପ୍ରକାଶନ ସଂସ୍ଥା ଖୋଲିଥିଲେ ଯାହାକି ପରବର୍ତ୍ତୀ ସମୟରେ ମୁରାସୋଲି ନାମରେ ପରିବର୍ତ୍ତିତ ହୋଇଥିଲା ଏବଂ ଡି.ଏମ୍.କେ. (ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍) ଦଳର ଅଧିକାରୀକ ଖବରକାଗଜ ଭାବରେ ପ୍ରକାଶ ପାଇଥିଲା ।
ମାତ୍ର ୩୩ ବର୍ଷ ବୟସରେ, ୧୯୫୭ ମସିହାରେ କରୁଣାନିଧି ତାମିଲନାଡ଼ୁ ବିଧାନ ସଭାରେ କୁଲିଥାଲାଇ ଆସନରୁ ବିଧାୟକ ଭାବରେ ବିଜୟୀ ହୋଇ ଯୋଗ ଦେଇଥିଲେ । ୧୯୬୧ ମସିହାରେ ସେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳର କୋଷାଧକ୍ଷ ଏବଂ ୧୯୬୨ ମସିହାରେ ତାମିଲନାଡ଼ୁ ରାଜ୍ୟ ବିଧାନ ସଭାର ବିରୋଧୀଦଳର ଉପନେତା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୯୬୭ରେ ଯେତେବେଳେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳ କ୍ଷମତାକୁ ଆସି ସରକାର ଗଠନ କଲା, ସେତେବେଳେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
୧୯୬୯ ମସିହାରେ ଯେତେବେଳେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଇଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ କରୁଣାନିଧି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏଥିସହ ସେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଦଳର ମୁଖ୍ୟ ନେତା ଭାବରେ ଦାୟିତ୍ୱ ମଧ୍ୟ ନେଇଥିଲେ ।
୭୦ ଦଶକରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସରକାରବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଏହାକୁ ଦୃଢ଼ ବିରୋଧ କରିଥିଲା, ଫଳରେ ତାଙ୍କର ଅନେକ ନେତା କାରାବରଣ କରିଥିଲା । ଏହାପରେ ତାଙ୍କ ଦଳ ଜନତା ଦଳ ସହ ମିଶି ନିର୍ବାଚନ ଲଢ଼ିଥିଲା, ମାତ୍ର ଭ୍ରଷ୍ଟାଚାର ଯୋଗୁଁ ସେମାନଙ୍କର ଶୋଚନୀୟ ପରାଜୟ ହୋଇଥିଲା । କରୁଣାନିଧି ସାମୁଦାୟ ୫ଥର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନିଭାଇଛନ୍ତି । ଏଥିସହିତ ୧୯୫୭ରୁ ୨୦୧୬ ଯାଏଁ ସେ ତାମିଲନାଡ଼ୁ ବିଧାନ ସଭାକୁ ୧୩ଥର ନିର୍ବାଚିତ ହୋଇଛନ୍ତି ।
ମୃତ୍ୟୁ
[ସମ୍ପାଦନା]୨୦୧୬ ଅକ୍ଟୋବରରୁ କରୁଣାନିଧିଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା ଏବଂ ସେ ସର୍ବସାଧାରଣରେ ଉପସ୍ଥିତ ହେଇପାରୁନଥିଲେ । ୩ ଜୁନ ୨୦୧୮ରେ ତାଙ୍କର ୯୪ତମ ଜନ୍ମଦିନ ପାଳନ ବେଳେ ସେ ଶେଷଧର ପାଇଁ ସର୍ବସାଧାରଣରେ ଉପସ୍ଥିତ ଥିଲେ । ୨୮ ଜୁଲାଇ ୨୦୧୮ରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇର କାବେରୀ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ।
ବୟସ ଅଧିକ ହେବାରୁ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଧୀରେ ଧୀରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ ଏବଂ ଶେଷରେ ୭ ଅଗଷ୍ଟ ୨୦୧୮ରେ ସନ୍ଧ୍ୟା ୬ଟା ୧୦ ମିନିଟ ସମୟରେ ସେ ମୃ���୍ୟୁବରଣ କରିଥିଲେ ।[୩][୧୧]
ଆଧାର
[ସମ୍ପାଦନା]- ↑ http://www.assembly.tn.gov.in/archive/7th_1980/7threview_80-84.pdf 7th Review 1980-84
- ↑ indiankanoon.org.
- ↑ ୩.୦ ୩.୧ ୩.୨ Narayan, Pushpa. "M Karunanidhi, DMK chief and former Tamil Nadu chief minister, dies aged 94". The Times of India. No. 7 August 2018. Retrieved 7 August 2018.
- ↑ "M Karunanidhi: India's 91-year-old politician who is still fighting". BBC. 13 May 2016. Retrieved 5 August 2018.
- ↑ Mohan, Gopu (31 May 2009). "Karunanidhi's Kutumbam". The Indian Express. Retrieved 22 November 2013.
- ↑ "Dr. Kalaignar M Karunanidhi". www.kalaignarkarunanidhi.com. Archived from the original on 2018-12-25. Retrieved 2018-08-07.
- ↑ "The Last Lear – The Long Profile of Karunanidhi in The Caravan". The Caravan India. Archived from the original on 26 March 2012. Retrieved 22 November 2013.
- ↑ Guneratne 2003, p. 216
- ↑ ୯.୦ ୯.୧ Hardgrave, Jr, Robert L (1973). "Politics and the Film in Tamilnadu: The Stars and the DMK". Asian Survey. 13 (3): 288–305. doi:10.1525/as.1973.13.3.01p0314o.
- ↑ A., Srivathsan (12 June 2006). "Films and the politics of convenience". The Hindu. Chennai, India. Archived from the original on 13 June 2006. Retrieved 22 November 2013.
- ↑ "'Kalaignar' M. Karunanidhi, former Tamil Nadu Chief Minister and DMK chief, passes away aged 94". The Hindu (in English). 7 August 2018. Retrieved 13 September 2022.
{{cite news}}
: CS1 maint: unrecognized language (link)