ଗର୍ଭାଶୟଗ୍ରୀବା ପ୍ରଦାହ
ଗର୍ଭାଶୟଗ୍ରୀବା ପ୍ରଦାହ ବା ସର୍ଭିସାଇଟିସ (ଇଂରାଜୀ ଭାଷାରେ Cervicitis) କୁହାଯାଏ ଯେତେବେଳେ ଗର୍ଭାଶୟ ଗ୍ରୀବାରେ ପ୍ରଦାହ ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ଯୋନୀରୁ ନିଷ୍କାସନ, ଯୋନୀ ଦାଗ, ପରିସ୍ରା କରିବା ସହିତ ଜ୍ୱାଳା ଏବଂ ଯନ୍ତ୍ରଣାଦାୟକ ଯୌନକ୍ରିୟା ହୋଇପାରେ; ଯଦିଓ କେତେକ ରୋଗୀଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧][୨] ରୋଗ ଜଟିଳ ହେଲେ ଏଣ୍ଡୋମେଟ୍ରାଇଟିସ୍ କିମ୍ବା ପେଲଭିକ୍ ଇନଫ୍ଲାମେଟୋରୀ ରୋଗ (PID) ହୋଇପାରେ ।[୧]
Cervicitis | |
---|---|
Cervical inflammation | |
ବିଭାଗ | Gynecology |
ଲକ୍ଷଣ | None, vaginal discharge, vaginal spotting, burning with urination, painful sex[୧][୨] |
ଆକ୍ରାନ୍ତ ସମୟ | 15 to 24 years of age[୨] |
କାରଣ | Infectious: Chlamydia, gonorrhea, trichomonas, herpes, Mycoplasma genitalium[୧] Non-infectious: Contraceptive diaphragms, pessaries, latex allergies to condoms, spermicides, douching, Behçet's disease[୧][୩] |
ବିପଦ କାରକ | Unprotected sex, multiple sexual partners[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Purulent cervical discharge, redness, or easy bleeding, STI testing[୧] |
ସଠିକ ରୋଗ ନିର୍ଣ୍ଣୟ | Physiologic discharge, vaginitis, pelvic inflammatory disease[୨] |
ଚିକିତ୍ସା | Antibiotics (ceftriaxone and azithromycin or doxycycline)[୧] |
ପୁନଃପୌନିକ | >50% of women at some time[୪] |
ହଠାତ୍ ଆରମ୍ଭ ହେବାର ଅନେକ ଘଟଣା ଯୌନକ୍ରିୟା ସଂଚାରିତ ସଂକ୍ରମଣ (STI) ଯେପରିକି କ୍ଲାମିଡିଆ, ଗନେରିଆ, ଟ୍ରାଇକୋମୋନାସ, ହର୍ପିସ କିମ୍ବା ମାଇକୋପ୍ଲାଜମା ଜେନିଟାଲିଅମ କାରଣରୁ ହୋଇଥାଏ ।[୧] ଅଣ-ସଂକ୍ରାମକ କାରଣ ମଧ୍ୟରେ ଗର୍ଭନିରୋଧକ ଡାଏଫ୍ରାମ, ପେସାରି, କଣ୍ଡୋମ, ଲାଟେକ୍ସ ଆଲର୍ଜି, ଶୁକ୍ରାଣୁମାରୀ, ଡୁସିଂ ଏବଂ ବେହେଟ୍ ରୋଗ ଯୋଗୁ ହୋଇପାରେ ।[୧][୩] ଏହା ତୀବ୍ର କିମ୍ବା ସ୍ଥାୟୀ/କ୍ରନିକ୍ ହୋଇପାରେ । ଶୁଦ୍ଧ ଗର୍ଭାଶୟଗ୍ରୀବା ନିଷ୍କାସନ, ଲାଲ ରଙ୍ଗ କିମ୍ବା ସହଜ ରକ୍ତସ୍ରାବ ହେଉଥିଲେ ରୋଗ ନିର୍ଣ୍ଣୟ ସମର୍ଥିତ ହୁଏ ।[୧] ଏହା ପରେ ଏସଟିଆଇ (STI) ପାଇଁ ପରୀକ୍ଷା କରାଯାଏ ।[୧]
ପ୍ରାରମ୍ଭିକ ଚିକିତ୍ସାରେ ଆଣ୍ଟିବାୟୋଟିକ ସେଫଟ୍ରିଆକ୍ସନ୍ ଏବଂ ଆଜିଥ୍ରୋମାଇସିନ୍ କିମ୍ବା ଡକ୍ସିସାଇକ୍ଲିନ୍ ଦିଆହୋଇଥାଏ ।[୧] ଅଧିକ ବିପଦ ଥିବା ��ୋକଙ୍କଠାରେ ସାଧାରଣତଃ ତୁରନ୍ତ ଆଣ୍ଟିବାୟୋଟିକ୍ ଯୋଗାଇ ଦିଆଯାଉଥିବାବେଳେ, ପରୀକ୍ଷା ଫଳାଫଳ ମିଳିବା ପରେ କମ୍ ବିପଦ ଥିବା ବ୍ୟକ୍ତିଙ୍କଠାରେ ଔଷଧ ଯୋଗାଇ ଦିଆଯାଇପାରେ ।[୨] ଆରୋଗ୍ୟ ହେବା ଜାଣିବା ପାଇଁ ଏକ ଉପଚାର ଯାଞ୍ଚ କରିବାକୁ ସାଧାରଣତଃ ପୁନରାବୃତ୍ତି ପରୀକ୍ଷା ଆବଶ୍ୟକ ନୁହେଁ; ଯଦିଓ ୩ରୁ ୧୨ ମାସ ମଧ୍ୟରେ ପୁନଃ ସ୍କ୍ରିନିଂ କରିବାକୁ ସୁପାରିଶ କରାଯାଏ ।[୨] ଶେଷ ଦୁଇ ମାସରୁ ଯୌନ ସମ୍ପର୍କ ଥିଲେ ଚିକିତ୍ସା ଆବଶ୍ୟକ ହୋଇପାରେ ।[୩]
ଏହି ରୋଗ ସାଧାରଣତଃ ଯୁବତୀମାନଙ୍କ ଜୀବନରେ ଅଧାରୁ ଅଧିକ ମହିଳାଙ୍କୁ ପ୍ରଭାବିତ କରିଥାଏ ।[୪][୩] ଏହା ସାଧାରଣତ ୧୫ରୁ ୨୪ ବ��୍ଷ ବୟସର ମହିଳାମାନଙ୍କଠାରେ ହୋଇଥାଏ ଯେଉଁମାନେ ଯୌନ ସକ୍ରିୟ ଅଟନ୍ତି ।[୨]ଏହାର ଗୁରୁତ୍ୱ ୧୯୮୪ ମସିହାରୁ ଲିପିବଦ୍ଧ ହୋଇଛି ।[୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Cervicitis - Gynecology and Obstetrics". Merck Manuals Professional Edition (in ଆମେରିକୀୟ ଇଂରାଜୀ). Archived from the original on 2020-06-05. Retrieved 2020-04-23.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Shroff, S (March 2023). "Infectious Vaginitis, Cervicitis, and Pelvic Inflammatory Disease". The Medical clinics of North America. 107 (2): 299–315. doi:10.1016/j.mcna.2022.10.009. PMID 36759099.
- ↑ ୩.୦ ୩.୧ ୩.୨ ୩.୩ ୩.୪ Ortiz-de la Tabla, V; Gutiérrez, F (December 2019). "Cervicitis: Etiology, diagnosis and treatment". Enfermedades infecciosas y microbiologia clinica (English ed.). 37 (10): 661–667. doi:10.1016/j.eimc.2018.12.004. PMID 30630634.
- ↑ ୪.୦ ୪.୧ "Cervicitis: MedlinePlus Medical Encyclopedia". medlineplus.gov (in ଇଂରାଜୀ). U.S. National Library of Medicine. Archived from the original on 5 July 2016. Retrieved 7 November 2018.